EOW ରିମାଣ୍ଡରେ ଗଲେ ଗୋଲଡେନ୍‌ ବାବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

EOW ରିମାଣ୍ଡରେ ଗଲେ ଗୋଲଡେନ୍‌ ବାବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲଡେନ୍‌ ବାବା ଓରଫ୍ ଜ୍ୟୋତି ରଂଜନ ବେଉରାକୁ ରିମାଣ୍ଡରେ ନେଲା କ୍ରାଇମ ବ୍ରାଞ୍ଚର ଅର୍ଥନୀତିକ ଅପରାଧ ଶାଖା(EOW)। ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଏସ୍‌ଡିଜେଏମ୍‌ ଅନୁମତି ଦେବା ପରେ EOWର ଏକ ନିର୍ଦ୍ଦିଷ୍ଟ ଟିମ୍ ଝାରପଡ଼ା ଜେଲରୁ ଗୋଲଡେନ୍‌ ବାବାକୁ ନିଜ ଅକ୍ତିଆରକୁ ନେଇ ପଚରା ଉଚରା ଆରମ୍ଭ କରିଛି।

ଲକ୍ଷ୍ମୀସାଗର ଓ ଚନ୍ଦ୍ରଶେଖରପୁର ଥାନାର ଦୁଇଟି ମାମଲାକୁ ନେଇ EOW ତଦନ୍ତ ଆରମ୍ଭ କରିଛି। ସେ ଏତେ ସଂପତ୍ତିର ମାଲିକ କିପରି ହେଲେ? କୋଟି କୋଟି ଟଙ୍କା ଠକେଇ ପଛରେ କେବଳ ଗୋଲଡେନ୍‌ ବାବା ନା ଆଉ କାହାର ସଂପୃକ୍ତି ରହିଛି? ନେତାଙ୍କ ସହ ମାଳମାଳ ଫଟୋ ଥିବାରୁ ଗୋଲଡେନ୍‌ ବାବାକୁ ସେମାନେ ପ୍ରଶ୍ରୟ ଦେଉଥିଲେ କି? ରାଜନୀତିକ ବ୍ୟକ୍ତିବିଶେଷଙ୍କ ସହ ଲିଙ୍କ ରଖି ଠକେଇ ହେଉଥିଲା କି? ଏସବୁର ଖୋଳତାଡ଼ କରିବ EOW।

ପୂର୍ବରୁ କମିଶନରେଟ ପୁଲିସ ଗୋଲଡେନ୍‌ ବାବାର ୪୦ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ଦେଢ଼ କେଜି ଓଜନର ସୁନା ରହିଥିବା ଲକରକୁ ଫ୍ରିଜ କରିଛି। ତା’ ନାଁରେ କିମ୍ବା ଅନ୍ୟ ନାଁରେ ତା’ର ବେନାମୀ ପ୍ରପର୍ଟି କ’ଣ ରହିଛି ତାର ମଧ୍ୟ ଖୋଳତାଡ଼ କରିବ EOW।



from Odisha Reporter http://bit.ly/2D662Kg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages