ସଞ୍ଜିତାଙ୍କ ଉପରୁ ବ୍ୟାନ ହଟାଇଲା IWF - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ସଞ୍ଜିତାଙ୍କ ଉପରୁ ବ୍ୟାନ ହଟାଇଲା IWF

sanjita_chanu

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦୁଇଥର ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଭାରୋତ୍ତଳକ କେ. ସଞ୍ଜିତା ଚାନୁଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି। ଆନ୍ତରାଷ୍ଟ୍ରୀୟ ଭାରୋତ୍ତଳନ ମହାସଂଘ (IWF) ପ୍ରତିବନ୍ଧକ ହଟାଇ ଦେଇଥିବା IWF ଓକିଲ ଭାରତୀୟ ଭାରତ୍ତୋଳନ ମହାସଂଘ ଓ ସଞ୍ଜିତାଙ୍କୁ ସୂଚନା ଦେଇଛନ୍ତି।

ସେ ସଞ୍ଜିତା ଓ ଭାରତୀୟ ଭାରୋତ୍ତଳନ ମହାସଂଘକୁ ପଠାଇଥିବା ଇମେଲ୍‌ରେ କହିଛନ୍ତି, “ମୋତେ ମିଳିଥିବା ସୂଚନା ଅନୁସାରେ ସଞ୍ଜିତାଙ୍କ ଉପରେ ଲଗାଯାଇଥିବା ଅସ୍ଥାୟୀ ପ୍ରତିବନ୍ଧକ ହଟାଇ ଦେବାକୁ IWF ନିଷ୍ପତ୍ତି ନେଇଛି। ୨୦୧୯ ଜାନୁଆରୀ ୨୨ ତାରିଖରେ ଏହି ପ୍ରତିବନ୍ଧକ ହଟାଇ ଦିଆଯିବ।”

ସୂଚନାଯୋଗ୍ୟ, ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୩ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ସଞ୍ଜିତା। ହେଲେ ଡୋପ୍‌ ଟେଷ୍ଟରେ ସେ ବିଫଳ ହୋଇଥିଲେ। ଏହାପରେ IWF ଗତବର୍ଷ ମେ’ ମାସରେ ତାଙ୍କ ଉପରେ ଅସ୍ଥାୟୀ ନିଲମ୍ବନ ଲଗାଇଥିଲା।



from Odisha Reporter http://bit.ly/2FIQ4bp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages