
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ରିଲାଏନ୍ସ JIO ନିକଟରେ Happy New Year ଅଫର୍ ଲଞ୍ଚ୍ କରିଛି। ଏହି ଅଫର୍ରେ ୟୁଜର୍ସଙ୍କୁ ରିଚାର୍ଜ କଲେ ୧୦୦ ପ୍ରତିଶତ କ୍ୟାସ୍ବ୍ୟାକ୍ ମିଳିବ। ଏହି ଅଫର୍ର ନାମ ହେଉଛି JioPhone Gift card। ଯାହାର ଦାମ୍ ହେଉଛି ୧୦୯୫ ଟଙ୍କା।
ଅଫର୍ରେ ମିଳୁଛି ଏହି ସବୁ ସୁବିଧା
ଏହି ସୁବିଧା କେବଳ JIO ଫୋନ୍ ଥିବା ଗ୍ରାହକମାନଙ୍କ ପାଇଁ ଉପଲବ୍ଧ। ଏଥିପାଇଁ ଗ୍ରାହକମାନଙ୍କୁ କେବଳ ୫୦୧ ଟଙ୍କାରେ ଜିଓ ଫୋନ୍ କିଣି ପାରିବେ। ଯେ କୌଣସି ପୁରୁଣା ଫିଚର୍ ଫୋନ୍କୁ ଏକ୍ସଚେଞ୍ଚ୍ କରି ଆପଣ ୫୦୧ ଟଙ୍କାରେ ଜିଓ ଫୋନ୍ ଆଣିପାରିବେ।
JioPhone Gift card ଅଫର୍ରେ ଆପଣ ୫୯୪ ଟଙ୍କା ରିଚାର୍ଜ କଲେ ଏହା ୬ମାସ ପର୍ଯ୍ୟନ୍ତ ରହିବ। ଯାହା ପ୍ରତି ମାସରେ ଆପଣଙ୍କୁ ୯୯ ଟଙ୍କା ପଡ଼ିବ। ଏହି ରିଚାର୍ଜରେ ଆପଣଙ୍କୁ ଅନ୍ଲିମିଟେଡ୍ ଭଏସ୍ କଲିଙ୍ଗ୍ ସହିତ ୬ମାସର ଅନ୍ଲିମିଟେଡ୍ ଡାଟା ମଧ୍ୟ ବ୍ୟବହାର କରିପାରିବେ।
JioPhoneରେ ୨.୪ ଇଞ୍ଚ୍ ର QVGAର ଡିସ୍ପ୍ଲେ ରହିଛି। ଏହା ସହିତ ଆପଣ ଏଥିରେ ୫୧୨ ଏମ୍ବିର ରାମ୍ ପାଇବେ। ଇଣ୍ଟର୍ନାଲ୍ ମେମୋରୀ ୪ଜିବି ରହିବା ସହିତ ଆପଣ ମାଇକ୍ରୋ ଏସ୍ଡି କାର୍ଡ ଜରିଆରେ ମେମୋରୀ ବଢ଼ାଇ ପାରିବେ। ଆହୁରି ମଧ୍ୟ ଏଥିରେ ହ୍ୱାଟସ୍ଆପ୍, ୟୁଟ୍ୟୁବ୍, ଫେସ୍ବୁକ୍ର ସପୋର୍ଟ ମଧ୍ୟ ରହିଛି। ଏଥିରେ ୨ ମେଗାପିକ୍ସେଲ୍ ପ୍ରାଇମେରୀ କ୍ୟାମେରା ରହିଛି ଏବଂ ୦.୩ ମେଗା ପିକ୍ସେଲ୍ ଫ୍ରଣ୍ଟ୍ କ୍ୟାମେରା ରହିଛି। ବ୍ୟାଟେରୀ କାପାସିଟି ରହିଛି ୨୦୦୦ଏମ୍ଏଏଚ୍।
from Odisha Reporter http://bit.ly/2F1K5NF
No comments:
Post a Comment