ଓଟିଭି ପ୍ରସଙ୍ଗରେ ନବୀନଙ୍କୁ ଚିଠି ଲେଖିଲା NBA - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଓଟିଭି ପ୍ରସଙ୍ଗରେ ନବୀନଙ୍କୁ ଚିଠି ଲେଖିଲା NBA

otv3

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭି ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ଙ୍କୁ ନବୀନ ନିବାସ ମଧ୍ୟକୁ ସୁରକ୍ଷାକର୍ମୀ ପୂରାଇ ନଦେବା ଓ ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି ନ୍ୟୁଜ୍‌ ବ୍ରଡକାଷ୍ଟର୍ସ ଆସୋସିଏସନ (NBA)।

ଏନ୍‌ବିଏ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି, ଗଣତାନ୍ତ୍ରିକ ବ୍ୟବସ୍ଥା ଚାଲୁ ରଖିବା ଓ ଲୋକଙ୍କୁ ସୂଚନା ପ୍ରଦାନ କ୍ଷେତ୍ରରେ ମିଡିଆର ଭୂମିକା ଅପରିହାର୍ଯ୍ୟ। ସେ ଦୃଷ୍ଟିରୁ ଗଣମାଧ୍ୟମର ଅଧିକାର ସୁରକ୍ଷିତ ରଖାଯିବା ଜରୁରୀ। ସଂଗଠନର ସଭାପତି ତଥା ଦେଶର ଜଣାଶୁଣା ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଏହି ଚିଠି ଲେଖିବା ସହ ଆହୁରି କୁହିଛନ୍ତି, ଗଣମାଧ୍ୟମକୁ ଖବର ସଂଗ୍ରହରୁ ବଞ୍ଚିତ କରିବା ଅର୍ଥ ସ୍ୱାଧୀନ ମତବ୍ୟକ୍ତ ନେଇ ସମ୍ବିଧାନରେ ଥିବା ବ୍ୟବସ୍ଥାକୁ କୁଠାରଘାତ କରିବା।

ଗଣମାଧ୍ୟମ ପ୍ରତିନିଧି ଯେଭଳି ସ୍ୱାଧୀନ ଓ ବିନା ଭୟରେ ଖବର ସଂଗ୍ରହ କରିପାରିବେ ତାହା ସୁନିଶ୍ଚିତ କରିବାକୁ ସେ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।



from Odisha Reporter http://bit.ly/2S5lwGA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages