
ନୂଆଦିଲ୍ଲୀ: ଦୁର୍ନୀତି ଅଭିଯୋଗରେ ଆଜି ସ୍ପୋର୍ଟ ଅଥରିଟି ଅଫ ଇଣ୍ଡିଆ(SAI)ର ଜଣେ ନିର୍ଦ୍ଦେଶକଙ୍କ ସମେତ ୪ ଜଣଙ୍କୁ ସିବିଆଇ ଗିରଫ କରିଛି। ସିବିଆଇ ପକ୍ଷରୁ ଆଜି ଦିଲ୍ଲୀର ଲୋଧି ରୋଡ ସ୍ଥିତ ସାଇ ଅଫିସରରେ ଚଢ଼ଉ କରି ଏଭଳି ଗିରଫଦାରୀ କରିଛି। ସେହିପରି ଅନ୍ୟ ୨ ଜଣ ଅଫିସରଙ୍କୁ ସିବିଆଇ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି।
ଆଜି ପ୍ରାୟ ସନ୍ଧ୍ୟା ୫ଟାରେ ସିବିଆଇ ଜବାହାର ଲାଲ ନେହରୁ ଷ୍ଟାଡିୟମରେ ଥିବା SAI ମୁଖ୍ୟାଳୟରେ ପହଞ୍ଚି ଏହାକୁ ସିଲ୍ କରିଥିଲା। SAIର ପରିବହନ ବିଭାଗରେ ଦୁର୍ନୀତି ଚାଲିଥିବା ଅଭିଯୋଗ ପାଇବା ପରେ ସିବିଆଇ ଏଭଳି ଚଢ଼ଉ କରିଥିଲା। କାମ ପାଇଁ ବିଭାଗର କିଛି କର୍ମଚାରୀ ଲାଞ୍ଚ ନେଉଛନ୍ତି। ତେଣୁ ସ୍ପୋର୍ଟ ଅଥରିଟି ସିବିଆଇକୁ ଏହାର ତଦନ୍ତ ପାଇଁ କହିଥିଲେ।
ପିଟିଆଇର ସୂତ୍ର ଅନୁସାରେ ସିବିଆଇ SAI ନିର୍ଦ୍ଦେଶକ ଏସ୍କେ ଶର୍ମା, ଜୁନିୟର ଆକାଉଣ୍ଟସ ଅଫିସର ହରିନ୍ଦର ପ୍ରସାଦ,ସୁପରଭାଇଜର ଲଳିତ ଜଲି ଓ ବରିଷ୍ଠ ଅଧିକାରୀ ବିକେ ଶର୍ମାଙ୍କୁ ଗିରଫ କରିଛି। ଏମାନଙ୍କ ବ୍ୟତୀତ ଘରୋଇ ଠିକାଦାର ମନଦୀପ ଆହୁଜା ଏବଂ ତାଙ୍କ କର୍ମଚାରୀ ୟୁନୁସଙ୍କୁ ମଧ୍ୟ ସିବିଆଇ ଅଟକ ରଖିଛି। ପରିବହନ ବିଭାଗର ବିଭିନ୍ନ କାର୍ଯ୍ୟ ପାଇଁ ୧୯ ଲକ୍ଷ ଟଙ୍କାର ବିଲ୍ ହୋଇଥିଲା। ଏହାକୁ ମଞ୍ଜୁରୀ ଦେବାକୁ ସାଇ ଅଧିକାରୀମାନେ ୩% ଲାଞ୍ଚ ମାଗିଥିଲେ। ଏହା ନ ମିଳିବାରୁ ବିଲ୍ ମଞ୍ଜୁର ହୋଇ ନଥିଲା।
from Odisha Reporter http://bit.ly/2RAiISk
No comments:
Post a Comment