ନିଶାନ ଇଣ୍ଡିଆ ଲଞ୍ଚ କଲା SUV Kicks , Hyundai Cretaକୁ ଦେବ ଟକ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ନିଶାନ ଇଣ୍ଡିଆ ଲଞ୍ଚ କଲା SUV Kicks , Hyundai Cretaକୁ ଦେବ ଟକ୍କର

ନୂଆଦିଲ୍ଲୀ: ନିଶାନ ଇଣ୍ଡିଆ ପକ୍ଷରୁ ଭାରତରେ ନିଜର SUV Kicks କାର୍‌ ଲଞ୍ଚ କରାଯାଇଛି। କମ୍ପାନୀ ପକ୍ଷରୁ ଏହାର ଦର ୯.୫୫ ଲକ୍ଷ ଟଙ୍କାଠାରୁ ଆରମ୍ଭ କରି ୧୪.୬୫ ଲକ୍ଷ ଟଙ୍କା ରଖାଯାଇଛି। ଏହି ମୂଲ୍ୟ ହେଊଛି ଏକ୍ସସୋରୁମ୍‌ ପ୍ରାଇସ୍‌ ଏବଂ ଦିଲ୍ଲୀରେ ଉପଲବ୍ଧ।  ତେବେ ଗ୍ରାହକମାନେ Kicks SUV ପାଇଁ ଦେଶ ବ୍ୟାପି ଥିବା ଡିଲରମାନଙ୍କଠାରୁ ବୁକିଂ କରିପାରବେ। ପ୍ରାଥମିକ ପର୍ଯ୍ୟାୟରେ 25,000 ଟଙ୍କା ଦେଇ ଗ୍ରାହକମାନେ ଏହି କାର ବୁକିଂ କରିପାରିବେ।

ଏହି କମ୍ପାନୀରେ XL ଏବଂ XV ମଡେଲ  ପେଟ୍ରୋଲ୍‌ ଇଞ୍ଜିନ୍‌ ବିଶିଷ୍ଟ ହୋଇଥିବା ବେଳେ XL, XV, XV Premium ହେଉଛି ଡିଜେଲ ଇଞ୍ଜିନ୍‌ ବିଶିଷ୍ଟ। ଭାରତୀୟ ବଜାରରେ SUV ତୁଳନାରେ Hyundai Creta ହେଉଛି ଅଧିକ ଲୋକପ୍ରିୟ। Hyundai Cretaର ମୂଲ୍ୟ 9.99 ଲକ୍ଷ ଟଙ୍କାରୁ ଆରମ୍ଭ କରି 15.35 ଲକ୍ଷ ପର୍ଯ୍ୟନ୍ତ ରହିଛି। ତେବେ ନିଶାନ୍‌ କିକ୍ସ ପକ୍ଷରୁ ଏହା ମୂଲ୍ୟ କମ୍‌ ରହିଛି।

ଏହି କାରର ବିଶେଷତ୍ୱ ହେଉଛି ଏଥିରେ ସ୍ପିଡ୍‌ ସେନ୍‌ସିଙ୍ଗ ଅଟୋ ଡୋର୍‌ ଲକ୍‌/ଅନ୍‌ଲକ୍‌, ରିୟର ନ୍ୟୁ କ୍ୟାମେରା, ଇଞ୍ଜିନ୍‌ ଇମମୋବାଲାଇଜର୍‌, ଡ୍ୟୁଆଲ୍‌ ଏୟାର୍‌ବେଗ୍‌, EBD ସହ ABS,ବ୍ରେକ୍ ଆସିଷ୍ଟ ଆଦି ସୁବିଧା  ରହିଛି। ଏଥିସହ Apple Car Play, Android Auto, 8.0-inch touchscreen input system, ECO mode, cruise control, follow-me headlamps, vehicle dynamic control and traction control ଆଦି ଫିଚର ରହିଛି।



from Odisha Reporter http://bit.ly/2FSDHsD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages