ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୁର୍ନୀତିରୁ ବଳିଯାଇଛି ବିଶ୍ୱକପ ହକି ଦୁର୍ନୀତି: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୁର୍ନୀତିରୁ ବଳିଯାଇଛି ବିଶ୍ୱକପ ହକି ଦୁର୍ନୀତି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି ଆୟୋଜନରେ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଦୁର୍ନୀତି ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷୋମବାର କହିବା ପରେ ଆଜି ରାଜ୍ୟ ବିଜେପି ଅନୁରୂପ ଅଭିଯୋଗ କରିଛି।

ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଅଭିଯୋଗ କରି କହିଛନ୍ତି ଯେ ଦୀର୍ଘ ୧୯ବର୍ଷ ହେବ ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ଲିପ୍ତ। ଗତବର୍ଷ ନଭେମ୍ବର ଏବଂ ଡିସେମ୍ବର ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ହକି ବିଶ୍ୱକପ ଖେଳରେ ବହୁଚର୍ଚ୍ଚିତ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଦୁର୍ନୀତି ହୋଇଛି। ତା’ହୋଇନଥିଲେ ହକି ବିଶ୍ୱକପ ଆୟୋଜନରେ କେତେ ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି ତାହାର ହିସାବ ଦେବା ପାଇଁ ସରକାର କାହିଁକି ଡରୁଛନ୍ତି। ସୂଚନା ଅଧିକାର ଆଇନ ବଳରେ ବିଭିନ୍ନ ମହଲରୁ ତଥ୍ୟ ମଗାଯାଇଥିଲେ ମଧ୍ୟ ସରକାର କାହିଁକି ତାକୁ ଏଡ଼ାଇ ଯାଉଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଥ୍ରୀ-ଟିର କଥା କହୁଛନ୍ତି। ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମଓାର୍କ। ହେଲେ ନା ତାଙ୍କର ଟ୍ରାନ୍ସପରେନ୍ସି ଅଛି ନା ଅଛି ଟେକ୍ନୋଲୋଜି। ହକି ବିଶ୍ୱପପ ଆୟୋଜନରେ ପାଖାପାଖି ୫୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଛି ବୋଲି ବିଜେପି ଅଭିଯୋଗ କରିବା ସହ ହକିର ପ୍ରଚାରପ୍ରସାର ଆଳରେ କିଭଳି ସରକାରୀ ଅର୍ଥକୁ ହରିଲୁଟ୍ କରାଯାଇପାରିବ ତାହା ମୁଖ୍ୟମନ୍ତ୍ରୀଙ୍କ ଅସଲ ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି।

ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ମୋଟ ୮୨ କୋଟି ଟଙ୍କା ସିଧାସଳଖ ଭାବେ ବଜେଟରେ ବ୍ୟବସ୍ଥା କରିଥିଲେ। ଏହାସହିତ ଓଡିଶା ଖଣି ନିଗମ ମାଧ୍ୟମରେ ଆଉ ୬ କୋଟି ଟଙ୍କା ଦେଇଛନ୍ତି। ହକି ବିଶ୍ୱକପରେ କେବଳ ବିଜ୍ଞାପନରେ ରାଜ୍ୟ ସରକାର ୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହି ଟଙ୍କାରେ ହକି ନୁହେଁ ବରଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ବିଜ୍ଞାପନ ଛପାଇ ସେ ନିଜର ପ୍ରଚାରପ୍ରସାର କରିଛନ୍ତି । ଏହି ହକି ବିଶ୍ୱକପ ଦୁର୍ନୀତିରେ ରାଜ୍ୟସରକାରଙ୍କ ମୁଷ୍ଟିମେୟ ଅଧିକାରୀମାନେ ସଂପୃକ୍ତ। ଯେଉଁଥିରେ କ୍ରୀଡ଼ା ବିଭାଗ କର୍ମଚାରୀ, ମୁଖ୍ୟମନ୍ତ୍ରୀ ତୃତୀୟ ମହଲାର ଅଫିସରମାନେ, ବିଏମସି, ବିଡିଏ ଭଳି ଅନୁଷ୍ଠାନର ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀ ଦୁର୍ନୀତି ଏବଂ ଭ୍ରଷ୍ଟାଚାରରେ ସମ୍ପୃକ୍ତ ଥିବା ଅଧିକାରୀମାନଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି।

ହକିର ଅନ୍ତୁଡିଶାଳ ହେଉଛି ଓଡ଼ିଶା କିନ୍ତୁ ବିଜେଡି ସରକାର ଦୀର୍ଘ ୧୯ ବର୍ଷର ଶାସନ କାଳରେ ଗୋଟିଏ ବି ହକି ଷ୍ଟାଡିୟମ ଓଡ଼ିଶାରେ କରିନାହାନ୍ତି। ହକି ବିଶ୍ୱକପ ପାଇଁ ପ୍ରଭିଜନାଲ ବଜେଟରେ ୮୨ କୋଟି ୫୦ ଲକ୍ଷ ଟଙ୍କା ଏବଂ ବିଏମସିର ୫ କୋଟି ମିଶାଇ ସମୁଦାୟ ୮୭ କୋଟି ଟଙ୍କା ଅଟକଳ ହୋଇଥିଲା। ଖେଳ ସରିବାର ୨ମାସ ପରେ ବି ହକି ବିଶ୍ୱକପର ଆୟୋଜନ ଖର୍ଚ୍ଚର ହିସାବ ରାଜ୍ୟସରକାର ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି।



from Odisha Reporter http://bit.ly/2I6sI1u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages