ବଦଳୁଛି ବିଜେଡିର ଗେମପ୍ଲାନ୍, ‘ଯୁବରାଜ’ଙ୍କ ଏଣ୍ଟ୍ରି ପାଇଁ ପଡ଼ିଲା ମୂଳଦୁଆ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ବଦଳୁଛି ବିଜେଡିର ଗେମପ୍ଲାନ୍, ‘ଯୁବରାଜ’ଙ୍କ ଏଣ୍ଟ୍ରି ପାଇଁ ପଡ଼ିଲା ମୂଳଦୁଆ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ନବୀନଙ୍କ ଉତ୍ତରାଧିକାରୀ ‘ବିଜେଡି ଯୁବରାଜ’ଙ୍କ ଏଣ୍ଟ୍ରି ହେବ। ନିର୍ବାଚନରେ ସେ ଦଳର ‘ପୋଷ୍ଟର ବୟ’ ହେବା ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଭାବେ ରାଜନୀତିକ ମଇଦାନକୁ ଓହ୍ଲାଇବେ। ଏଥିପାଇଁ ରଣନୀତି ଚୂଡ଼ାନ୍ତ ହୋଇଛି ଓ ସେ ଦିଗରେ ବିଜେଡି ନେତୃତ୍ୱ କାର୍ଯ୍ୟ କରୁଛନ୍ତିି। ଆଉ ତାଙ୍କର ସମ୍ଭାବ୍ୟ ନେତୃତ୍ୱରେ ବାଧକ ସାଜିବାକୁ ଥିବା ଦଳର କିଛି ପ୍ରଭାବଶାଳୀ ନେତାମାନଙ୍କୁ ଏବେଠୁ ନିଷ୍ପ୍ରଭ କରିବାର ଗେମପ୍ଲାନ୍ ମଧ୍ୟ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି।

ବିଜେଡି ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କୁ ବିଜେଡି ଆଗାମୀ ସାଧାରଣ ନିର୍ବାଚନରେ ରାଜନୀତିକ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି ଜୋରଦାର କରୁଛି। ପାରିବାରିକ ଚାପ ଓ ବଡ଼ଭଉଣୀ ଗୀତା ମେହେଟ୍ଟାଙ୍କ ସମ୍ମତି ପରେ ବିଜେଡିରେ ନବୀନଙ୍କ ଉତ୍ତରାଧିକାରୀ ଭାବେ ଅରୁଣଙ୍କୁ ସାମ୍ନାକୁ ଅଣାଯିବାକୁ ସ୍ଥିର ହୋଇଛି। ତେବେ ଦଳ ତାଙ୍କୁ ଆଗାମୀ ନିର୍ବାଚନରେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବ ନା କେବଳ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଉପଯୋଗ କରିବ ତାହା ସ୍ପଷ୍ଟ ହୋଇନାହିଁ।

ତେବେ ଅରୁଣଙ୍କୁ ଦଳ କୋରେଇ କିମ୍ବା ଯାଜପୁର ମଧ୍ୟରୁ ଗୋଟିଏ ବିଧାନସଭା ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ଉପରେ ଏବେ କାର୍ଯ୍ୟ କରୁଛି। ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଖାସ୍ ଅନୁଗତ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ଆଗାମୀ ସାଧାରଣ ନିର୍ବାଚନରେ ଅରୁଣଙ୍କ ଧମାକାଦାର ଏଣ୍ଟ୍ରି ପାଇଁ ନିଜର ପାରମ୍ପରିକ ଯାଜପୁର ଆସନକୁ ଛାଡ଼ିବାକୁ ପ୍ରସ୍ତୁତ ଥିବା ସୂଚନା ମିଳିଛି। ଏପରିକି ଅରୁଣ ଏହି ଦୁଇଟି ଆସନରୁ ଯେଉଁଠି ବି ପ୍ରତିଦ୍ୱନ୍ଦ୍ୱିତା କଲେ ସେଠାରେ ତାଙ୍କୁ ଲକ୍ଷେ ଭୋଟ୍ ବ୍ୟବଧାନରେ ବିଜୟୀ କରାଇବାର ଦମ୍ଭୋକ୍ତି ମଧ୍ୟ ଶ୍ରୀ ଦାସ କରୁଥିବା ଜଣାପଡ଼ିଛି। ଏହି କାରଣରୁ ଅରୁଣଙ୍କ ବିଜେଡିକୁ ଏଣ୍ଟ୍ରି ପ୍ରକ୍ରିୟାରେ ଦ୍ୱିତୀୟ କ୍ଷମତାକେନ୍ଦ୍ର କେବଳ ଶ୍ରୀ ଦାସଙ୍କୁ ହିଁ ଭରସାକୁ ନେଇଥିବା ସୂଚନା ମିଳିଛି। ଶ୍ରୀ ଦାସ ମଧ୍ୟ ଅରୁଣଙ୍କ ଏଣ୍ଟ୍ରି ପାଇଁ ଗତ କିଛିମାସ ହେଲା ଜୋରଦାର ପ୍ରୟାସ କରୁଛନ୍ତି। ସୋଶାଲ ମିଡିଆରେ ଅରୁଣଙ୍କ ସମର୍ଥନରେ ଜନମତ ସୃଷ୍ଟି କରିବା ଭଳି କାର୍ଯ୍ୟ ବିଜେଡି ବହୁ ପୂର୍ବରୁ ହାତକୁ ନେଇସାରିଛି। ଆବଶ୍ୟକ ପଡ଼ିଲେ ଅରୁଣଙ୍କୁ ବିଜେଡି ମହାସଚିବ ଭାବେ ଦଳରେ ଏଣ୍ଟ୍ରି କରାଯାଇପାରେ ବୋଲି ଏହି ସୂତ୍ର ସୂଚନା ଦେଇଛି।

୭୩ ବର୍ଷୀୟ ନବୀନଙ୍କ ପରେ ବିଜେଡିର ମଙ୍ଗ କିଏ ଧରିବ ତାକୁ ନେଇ କର୍ମୀ ଓ ନେତାଙ୍କ ମନରେ ଲାଗି ରହିଥିବା ଆଶଙ୍କାକୁ ଦୂର କରିବା ନିମନ୍ତେ ଆଗାମୀ ସାଧାରଣ ନିର୍ବାଚନ ଅରୁଣଙ୍କୁ ମଇଦାନକୁ ଓହ୍ଲାଇବାର ଉପଯୁକ୍ତ ସମୟ ବୋଲି ବିଜେଡି ରଣନୀତିକାର ବିବେଚନା କରୁଛନ୍ତି। ତେଣୁ ଅରୁଣଙ୍କ ମାର୍ଗରେ ଯେଉଁ ସବୁ ପ୍ରତିବନ୍ଧକ ସୃଷ୍ଟି ହେବ ତାକୁ ଏବେଠୁ ଦୂର କରିବାର ପ୍ରୟାସ ହୋଇଛି। ବିଶେଷକରି ରାଜ୍ୟରେ ଦଳୀୟ ସଂଗଠନ ଓ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରଭାବ ଥିବା ୩ ଯୁବନେତା ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ଏବେ ସାଂଗଠନିକ କାର୍ଯ୍ୟରେ ଗୁରୁତ୍ୱହୀନ କରିବାର ରଣନୀତି ପ୍ରସ୍ତୁତ ହୋଇଛି। ଏହି ୩ ନେତା ଭବିଷ୍ୟତରେ ବିଜେଡି ଉତ୍ତରାଧିକାରୀଙ୍କ ପାଇଁ ସମସ୍ୟା ପାଲଟିବାର ଆଶଙ୍କା କରି ସେମାନଙ୍କୁ ବିଜେଡି ନେତୃତ୍ୱ ‘ରାଜନୀତିକ ମୋହରା’ କରି ‘ବଳିବୋଦା’ ସଜାଇଥିବା ରାଜନୀତିକ ବିଶ୍ଲେଷକମାନେ ମତ ଦେଇଛନ୍ତି।

ରାଜନୀତିକ ବାଧ୍ୟବାଧକତା ପାଇଁ ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ଥିବା ‘ଗୋପନ ବୁଝାମଣା’କୁ ସମ୍ବଳ କରି ବିଜେଡି ନେତୃତ୍ୱ ନିଜର ଏହି ୩ସେନାପତିଙ୍କ ରାଜନୀତିକ କ୍ୟାରିୟରକୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି। ଚିଟଫଣ୍ଡ ଦୁର୍ନୀତିରେ ସିବିଆଇ ସମନ ନାଁରେ ସେମାନଙ୍କୁ ବ୍ୟାକଫୁଟରେ ରଖି ବିଜେଡି ନିଜର ଉତ୍ତରାଧିକାରୀକୁ ମଇଦାନକୁ ଓହ୍ଲାଇବାକୁ ଏଭଳି ଗେମ୍ ପ୍ଲାନ୍ କରିଥିବା ଜଣାପଡ଼ିଛି। ତେବେ ବିଜେଡି ରଣନୀତିକାରଙ୍କ ଏଭଳି ପରିବର୍ତ୍ତିତ ଗେମପ୍ଲାନ ଦଳ ପାଇଁ ‘ଆଶୀର୍ବାଦ’ ପରିବର୍ତ୍ତେ ‘ଅଭିଶାପ’ ପାଲଟିବ ବୋଲି ରାଜନୀତିକ ବିଶ୍ଲେଷକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।



from Odisha Reporter http://bit.ly/2SpZmPC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages