ଏହି ବଲିଉଡ୍‌ ଅଭିନେତାଙ୍କ ନ୍ୟୁଡ୍‌ ଫଟୋ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ଏହି ବଲିଉଡ୍‌ ଅଭିନେତାଙ୍କ ନ୍ୟୁଡ୍‌ ଫଟୋ ଭାଇରାଲ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ଅଲି ଫୈଜଲ୍‌ ସାଇବର୍‌ କ୍ରାଇମ୍‌ର ଶିକାର ହୋଇଛନ୍ତି। ଶନିବାର ତାଙ୍କର ନଗ୍ନ ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଛି।
ଏପରିକି ଫଟୋ ଭାଇରାଲ୍‌ ହେବାର କିଛି ସମୟ ପରେ ଏହାକୁ ସୋଶାଲ ମିଡିଆରୁ ହଟାଇ ଦିଆଯାଇଥିଲା। କିନ୍ତୁ ୩୨ ବର୍ଷୀୟ ଅଭିନେତା ଅଲି ଫୈଜଲ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଏକ ଭିଡିଓ ଜାରି କରି ଏହାର ସତ୍ୟତା ପ୍ରକାଶ କରିଛନ୍ତି।

ଭାଇରାଲ୍‌ “ହୋଇଥିବା ନଗ୍ନ ଫଟୋ ତାଙ୍କର ବୋଲି ଏହି ଭିଡିଓରେ ଅଲି ସ୍ୱୀକାର କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏହା ମୋର ବ୍ୟକ୍ତିଗତ କଥା ଏବଂ ଏହା ଉପରେ ମିଡିଆକୁ ମୁଁ କୌଣସି ପ୍ରମାଣ ଦେବାକୁ ଚାହୁଁନାହିଁ। ମୁଁ ଜାଣିନାହିଁ ମୋର ବ୍ୟକ୍ତିଗତ ଫଟୋ କିପରି ବାହାରେ ଭାଇରାଲ୍‌ ହେଲା। ଏହି ଫଟୋକୁ କିଏ ଭାଇରାଲ୍‌ କରିଛି ଏବଂ ଏଥିପାଇଁ ଦାୟୀ କିଏ, ତାହା ଅନୁସନ୍ଧାନ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

ତେବେ କେବଳ ଅଲି ଫୈଜଲ୍‌ ନୁହଁନ୍ତି ଏହା ପୂର୍ବରୁ ଅକ୍ଷରା ହାସନ୍‌, ହସିଂକା ମୋଟୱାନି, ସାରା ଖାନ୍‌, ମୋନା ସିଂହ ପରି ଅଭିନେତା ଓ ଅଭିନେତ୍ରୀଙ୍କର ନ୍ୟୁଡ୍‌ ଫଟୋ ଭାଇରାଲ୍‌ ହୋଇଥିଲା।
ବଲିଉଡ୍‌ ଫିଲ୍ମ ‘ଫୁକରେ’ରୁ ଲୋକପ୍ରିୟତା ହାସଲ କରିଥିବା ଅଲି ବର୍ତ୍ତମାନ ପରବର୍ତ୍ତୀ ପିଲ୍ମ ‘ମିଲନ ଟକିଜ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇସାରିଛି ଏବଂ ଫିଲ୍ମଟି ମାର୍ଚ୍ଚ ୧୫ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ଶ୍ରଦ୍ଧା ଶ୍ରୀନାଥ, ସିକନ୍ଦର ଖୈର୍‌ ଓ ଆଶୁତୋଷ ରାଣାଙ୍କ ଅଭିନୟ ଦେଖିବାକୁ ମିଳିବ।

 

 



from Odisha Reporter https://ift.tt/2NoYeXF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages