
ହାଇଦ୍ରାବାଦ୍: କଂଗ୍ରେସର ତେଲେଙ୍ଗାନା ମୁଖ୍ୟ ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ସେ ହାଇଦ୍ରାବାଦ୍ ଆସନରୁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ବିରୋଧରେ ନିର୍ବାଚନ ଲଢ଼ିପାରନ୍ତି।
ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଆଝାରୁଦ୍ଦିନ ସମସ୍ତ ୧୭ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିଛନ୍ତି। ଏଥିରେ ସେ ନିଜେ ହାଇଦ୍ରାବାଦରୁ ଲଢ଼ିବେ ବୋଲି ଉଲ୍ଲେଖ କରିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।
୫୬ ବର୍ଷୀୟ ଆଝାରୁଦ୍ଦିନଙ୍କୁ କଂଗ୍ରେସ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦେଇଥିଲା। ହେଲେ ଦଳ ବିଧାନସଭାରେ ଆଶାନୁରୁପ ସଫଳତା ପାଇ ନଥିଲା। କିନ୍ତୁ ଏବେ ଆଝାରୁଦ୍ଦିନ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ପୂର୍ବରୁ ଆଝାରୁଦ୍ଦିନ ସିକନ୍ଦରାବାଦ ଲୋକସଭା ଆସନରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ଏହି ଆସନଟି ବିଜେପି ନେତା କେନ୍ଦ୍ରମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରୟଙ୍କ ପାଖରେ ରହିଛି। ଏବେ କିନ୍ତୁ ସେ ସେହି ଆସନରୁ ନୁହେଁ ବରଂ ହାଇଦ୍ରାବାଦରୁ ଲଢ଼ିବେ ବୋଲି ଚିନ୍ତା କରିଥିବା କୁହାଯାଉଛି।
from Odisha Reporter https://ift.tt/2T9QzCN
No comments:
Post a Comment