ପଶ୍ଚିମବଙ୍ଗରେ ନିର୍ବାଚନୀ ବିଗୁଲ ବଜାଇଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 2, 2019

ପଶ୍ଚିମବଙ୍ଗରେ ନିର୍ବାଚନୀ ବିଗୁଲ ବଜାଇଲେ ମୋଦି

କୋଲକାତା: ପଶ୍ଚିମବଙ୍ଗର ଠାକୁରନଗରଠାରେ ଏକ ଭରପୁର ମଇଦାନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ମେ ମାସରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଥିବାରୁ ମୋଦି ଏବେଠାରୁ ନିର୍ବାଚନ ପାଇଁ ବିଗୁଲ ବଜାଇଥିବା ଚର୍ଚ୍ଚା ହେଉଛି।

ମଇଦାନରେ ବିଶାଳ ଜନସମାବେଶ ଫଳରେ ଦଳା ଚକଟା ଆରମ୍ଭ ହେବାରୁ ମୋଦି ବାଧ୍ୟ ହୋଇ ତାଙ୍କ ଭାଷଣକୁ କାଣ୍ଟଛାଣ୍ଟ କରିଥିଲେ ଏବଂ ମାତ୍ର ୧୪ ମିନିଟ୍‌ର ଭାଷଣ ରଖିଥିଲେ। ଏହି ସ୍ୱଳ୍ପ ସମୟର ଭାଷଣରେ ମଧ୍ୟ ସେ ସିଟିଜେନ୍‌ଶିପ୍‌ ବିଲ୍‌ ସପକ୍ଷରେ କହିଥିଲେ ଏବଂ ଏହି ପ୍ରସଙ୍ଗକୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳକୁ ରାଜ୍ୟସଭାରେ ସମର୍ଥନ ଦେବାକୁ ସେ ଆହ୍ୱାନ କରିଥିଲେ।

ମୋଦି ସଭାସ୍ଥଳ ଛାଡ଼ିବାପରେ ଦଳାଚକଟା ଯୋଗୁ କିଛି ମହିଳାଙ୍କ ସମେତ ବେଶ୍‌ କିଛି ଲୋକ ଆହତ ହୋଇଥିବା ଦେଖିବାକୁ ମିଳିଥିଲା।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ, “ସ୍ୱାଧୀନତା ପରେ ବହୁତ ଲୋକ ଯିଏ ଯେଉଁଠି ଥିବା କଥା ଥିଲେ। କିନ୍ତୁ ଅତ୍ୟାଚାର କାରଣରୁ ସେମାନେ ତାଙ୍କ ଦେଶ ଛାଡ଼ି ଭାରତ ଚାଲିଆସିଲେ। ସେମାନେ ଏପରି କରିବାକୁ ବାଧ୍ୟ ହୋଇଥିଲେ, କାରଣ ହିନ୍ଦୁ, ଶିଖ୍‌, ପାର୍ଶୀ, ଖ୍ରୀଷ୍ଟିଆନ୍‌ମାନେ ଭାରତ ଛଡ଼ା ଆଉ କେଉଁ ଦେଶକୁ ଯାଇପାରିନଥାନ୍ତେ। ମୁଁ ତୃଣମୂଳ କଂଗ୍ରେସକୁ ଏହାକୁ ସମର୍ଥନ କରିବାକୁ ଆହ୍ୱାନ କରୁଛି। ଏଠାକାର ମୋ ଭାଇ ଓ ଭଉଣୀମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ।”

ସୂଚନାଯୋଗ୍ୟ ଯେ, ଠାକୁରନଗର ଅଞ୍ଚଳରେ ବୃହତ ସଂଖ୍ୟାରେ ମାଟୁଆ ଜାତିର ଲୋକେ ବସବାସ କରନ୍ତି। ଏହି ବଙ୍ଗଳାଭାଷୀ ହିନ୍ଦୁ ଶରଣାର୍ଥୀମାନେ ୧୯୫୦ ମସିହାରେ ସେତେବେଳର ପୂର୍ବ ପାକିସ୍ତାନ ବା ବାଂଲାଦେଶରୁ ବୃହତ ସଂଖ୍ୟାରେ ପଶ୍ଚିମବଙ୍ଗ ଚାଲିଆସିଥିଲେ। ଏହା ପଛରେ କାରଣ ଥିଲା ଧାର୍ମିକ ହିଂସା। ଆଉ ଏକ ଉଲ୍ଲେଖନୀୟ କଥା ହେଉଛି ଏହି ସଭା ମାଟୁଆ ଜାତିର ଅଗ୍ରଣୀ ନେତ୍ରୀ ବୀଣାପାଣି ଦେବୀ ବା ‘ବଡ଼ମା’ଙ୍କ ଘର ପାଖରେ ହିଁ ହେଉଥିଲା। ମାଟୁଆଙ୍କ ଭୋଟ୍‌କୁ ଟାର୍ଗେଟ୍‌ କରି ମୋଦି ସିଟିଜେନ୍‌ଶିପ୍‌ ବିଲ୍‌ ପ୍ରସଙ୍ଗ ଉଠାଇଥିଲେ ବୋଲି ଚର୍ଚ୍ଚା ଜୋର ଧରିଛି।



from Odisha Reporter http://bit.ly/2Rzkdvd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages