
ଭଞ୍ଜନଗର (ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ସୋରଡ଼ା ମନ୍ଦିର ନିକଟ ଗଣ୍ଡିଶୁଳା ରାସ୍ତାରେ ଏନ୍କାଉଣ୍ଟର ହୋଇଛି। ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଗତ ୭ ତାରିଖରେ ସିରିଏଲ୍ ବୋମା ବିସ୍ଫୋରଣରେ ଇମ୍ରାନ ସମ୍ପୃକ୍ତ ଥିବା ପୁଲିସ୍ କହିଛି।
ସୂଚନାଯୋଗ୍ୟ, ଜାନୁଆରୀ ୭ ତାରିଖରେ ଆସିକା ଥାନା ଅନ୍ତର୍ଗତ ପଲ୍ଲୀମାଳ ରାସ୍ତାରେ ପୁଲିସ୍ ଏନ୍କାଉଣ୍ଟରରେ ଦୁଇ ଜଣ ଅପରାଧୀ ଆହତ ହୋଇଥିଲେ। ସେମାନେ ହେଲେ କୃଷ୍ଣ ଜେନା ଓ ସୁନୀଲ ଜେନା। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିଲା। ସେମାନଙ୍କ ନିକଟରୁ ଦୁଇଟି ମୋଟର ସାଇକେଲ୍, ଦୁଇଟି ପିସ୍ତଲ୍ ଓ ୫ଟି ଜୀବନ୍ତ ଗୁଳି ଜବତ କରାଯାଇଥିଲା।
from Odisha Reporter http://bit.ly/2BDUz3A
No comments:
Post a Comment