
ଲଣ୍ଡନ: ପାଖାପାଖି ଗୋଟିଏ ବର୍ଷର ବ୍ୟବଧାନ ପରେ ୱେଷ୍ଟଇଣ୍ଡିଜ୍ ଦଳକୁ ଫେରିଛନ୍ତି ବିସ୍ଫୋରକ ବ୍ୟାଟସ୍ମ୍ୟାନ୍ କ୍ରିସ୍ ଗେଲ୍। ଏହି ୩୯ ବର୍ଷୀୟ କ୍ରିକେଟରଙ୍କୁ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ପାଇଁ ଇଣ୍ଡିଜ୍ ସ୍କ୍ୱାଡରେ ସାମିଲ କରାଯାଇଛି। ଗେଲ୍ ଶେଷ ଥର ପାଇଁ ଗତବର୍ଷ ଜୁଲାଇ ମାସରେ ବାଂଲାଦେଶ ବିପକ୍ଷ ଦିନିକିଆ ମ୍ୟାଚ୍ ଖେଳିଥିଲେ।
ତେବେ ତାଙ୍କୁ ଭାରତ ବିପକ୍ଷ ସିରିଜ୍ରେ ସାମିଲ କରାଯାଇନଥିଲା। ଗେଲ୍ଙ୍କ ବ୍ୟତୀତ ଇଭେନ୍ ଲୁଇସ୍ ମଧ୍ୟ ଇଣ୍ଡିଜ୍ ଦଳକୁ ଫେରିଛନ୍ତି। ଆଜି ଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଘୋଷଣା କରିଥିବା ୧୪ ଜଣିଆ ସ୍କ୍ୱାଡ୍ରେ ଲୁଇସ ଓ ଗେଲ୍ ରହିଛନ୍ତି। ତେଣୁ ଏହି ଦୁଇ ବସ୍ଫୋରକ ବ୍ୟାଟସ୍ମ୍ୟାନ୍ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଓପନିଂ କରିବେ। ୧୪ ଜଣିଆ ସ୍କ୍ୱାଡ୍ରେ ପ୍ରଥମଥର ପାଇଁ ନିକୋଲାଶ ପୋରାନ୍ଙ୍କୁ ମଧ୍ୟ ସୁଯୋଗ ମିଳିଛି।
ୱେଷ୍ଟଇଣ୍ତିଜ ଓ ଇଂଲଣ୍ଡ ମଧ୍ୟରେ ୫ଟିକିଆ ଦିନିକିଆ ସିରିଜ୍ ଖେଳାଯିବ। ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୦ରୁ ଆରମ୍ଭ ହେବ। ପୂର୍ବରୁ ଇଂଲଣ୍ଡ ଘରୋଇ ୱେଷ୍ଟଇଣ୍ଡିଜ୍ଠାରୁ ୨-୦ରେ ଟେଷ୍ଟ ସିରିଜ୍ ହାରିଛି।
from Odisha Reporter http://bit.ly/2Dj73h2
No comments:
Post a Comment