
ନୂଆଦିଲ୍ଲୀ:ଏବେ ଗଧ ବିକ୍ରି କରିବ ପାକିସ୍ତାନ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଗଧ ବିକ୍ରି କରି ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆଣିବା ନେଇ ଲକ୍ଷ୍ୟ ରଖିଛି। ତେବେ ପାକିସ୍ତାନର ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଫେବୃଆରୀରେ ବଡ଼ ପରିମାଣର ଋଣ ଦେବାକୁ ଚୀନ ରାଜି ହୋଇଥିଲା। ତେଣୁ ଏହା ବଦଳରେ ପାକିସ୍ତାନ ଚୀନକୁ ବହୁ ସଂଖ୍ୟାରେ ଗଧ ପଠାଇବାକୁ ନିଷ୍ପତ୍ତି କରିଛି।
ଅନ୍ୟପକ୍ଷରେ ଚୀନ୍ରେ ଗଧକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏଠାରେ ଗଧକୁ ବ୍ୟବହାର କରି ଏକ ପ୍ରକାର ଔଷଧ ତିଆରି କରାଯାଇଥାଏ। ଗଧର ଚର୍ମରେ ପ୍ରସ୍ତୁତ ହେଉଥିବା ଜିଲେଟିନ୍ରେ ଔଷଧୀୟ ଗୁଣ ଥିବା କୁହାଯାଉଛି। ଏହି ଔଷଧ ବ୍ୟବହାର ରକ୍ତ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
ସାରା ବିଶ୍ୱରେ ଗଧଙ୍କ ସଂଖ୍ୟା ଦୃଷ୍ଟିରୁ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି। ପାକିସ୍ତାନରେ ଗଧଙ୍କ ସଂଖ୍ୟା ପ୍ରାୟ ୫୦ ଲକ୍ଷ ରହିଛି। ସେହିପରି ଚୀନରେ ଗଧଙ୍କ ସଂଖ୍ୟା ବିଶ୍ଵରେ ସର୍ବାଧିକ ବୋଲି ଜଣାପଡ଼ିଛି। ତଥାପି ଗଧ ଚମଡ଼ାର ବହୁଳ ଚାହିଦା ଦୃଷ୍ଟିରୁ ଚୀନର କେତେକ କମ୍ପାନୀ ପାକିସ୍ତାନରେ ଗଧ ପ୍ରଜନନ କେନ୍ଦ୍ର ବା ଫାର୍ମ ଖୋଲିବାକୁ ଆଗ୍ରହୀ ଅଛନ୍ତି। ଏଥପାଇଁ ସେମାନେ ୨୧ହଜାର କୋଟି ଟଙ୍କା ନିବେଶ କରିବାକୁ ରାଜି ଥିବା କୁହାଯାଉଛି।
from Odisha Reporter http://bit.ly/2S8I36v
No comments:
Post a Comment