
ମୁମ୍ବାଇ: ରିୟାଲିଟି ସୋ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଫେମ୍ ତଥା ବଲିଉଡ କୋରିଓଗ୍ରାଫର ସଲମାନ୍ ୟୁସୁଫ୍ ଖାନଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଆସିଛି। ତାଙ୍କ ବିରୋଧରେ ମୁମ୍ବାଇ ପୁଲିସ୍ ଏକ ମାମଲା ରୁଜୁ କରିଛି। ମୁମ୍ବାଇର ଓଶିୱାରା ପୁଲିସ୍ ଷ୍ଟେସନରେ ରୁଜୁ କରାଯାଇଥିବା ମାମଲା ଅନୁଯାୟୀ, ସଲମାନ୍ ଜଣେ ଡାନ୍ସରଙ୍କ ସହିତ ଦୁଇଟି ଅଲଗା ଅଲଗା ସ୍ଥାନରେ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ଏହି ଅଭିଯୋଗ ପରେ ପୁଲିସ ଧାରା ୩୫୪ରେ ମାମଲା ରୁଜୁ କରିଛି।
ସୂଚନା ମୁତାବକ, ଯୁବତୀ ଜଣକ ୨୦୧୮ରେ ସଲମାନଙ୍କ ମ୍ୟାନେଜରଙ୍କ ସହ ଏକ ବୃତ୍ତିଗତ କାର୍ଯ୍ୟପାଇଁ କଥାବାର୍ତ୍ତା ହୋଇଥିଲେ। ଏହାପରେ ସେ ସଲମାନଙ୍କୁ ଓଶିୱାରାର ଏକ କଫି ସପ୍ରେ ଭେଟିବାକୁ ଯାଇଥିଲେ। ସେଠି ସଲମାନ୍ ତାଙ୍କୁ ବଲିଉଡ୍ ପାର୍କ, ଦୁବାଇରେ ନିଜ ସହ ଡାନ୍ସ କରିବାକୁ ଚାନ୍ସ ଦେବା ବିଷୟରେ କହିଥିଲେ। ଯୁବତୀ ଜଣଙ୍କ କହିବା ଅନୁଯାୟୀ ସଲମାନ ଏହି ଅଫର୍ ଦେବା ସମୟରେ ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁଥିଲେ। ଏହା ପରେ ସଲମାନ ତାଙ୍କୁ ଘରେ ଛାଡ଼ିଦେବେ ବୋଲି କହିଥିଲେ। ହେଲେ ଯୁବତୀ ଜଣକ ଏଥିରେ ଅରାଜି ହୋଇଥିଲେ। ଏହାପରେ ସଲମାନଙ୍କ ମ୍ୟାନେଜରଙ୍କ ତରଫରୁ ଯୁବତୀ ଜଣଙ୍କୁ କଲ୍ ଆସିଥିଲା ଓ ସେ ଦୁବାଇ ପାଇଁ ବାହାରିଯାଇଥିଲେ।
ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ଦୁବାଇରେ ସଲମାନ୍ ତାଙ୍କୁ ଆଉ ଏକ ଶୋ ପାଇଁ ବାହରିନ୍ସ୍ଥିତ ଏକ ରିସର୍ଟକୁ ଯିବାଲାଗି କହିଥିଲେ। ଏୟାରପୋର୍ଟରେ ସଲମାନ୍ ତାଙ୍କୁ ନିଜର ଜଣେ ସମ୍ପର୍କୀୟ ଭାଇଙ୍କ ସହ ସାକ୍ଷାତ କରାଇଥିଲେ। ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ଯାତ୍ରା ସମୟରେ ୨ ଭାଇ ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁଥିଲେ।
ସୂଚନାଯୋଗ୍ସୟ, ସଲମାନ୍ ରିଆଲିଟି ସୋ ‘ଡାନ୍ସ ଇଣ୍ଡିଆ ଡାନ୍ସ-୧’ର ବିଜେତା ଥିଲେ। ଏହାପରେ ସେ ଝଲକ୍ ଦିଖଲାଜା, ଖତରୋକେଁ ଖିଲାଡ଼ି ପରି ରିୟାଲିଟି ସୋ’ରେ ନଜର ଆସିଥିଲେ। ସଲମାନ୍ ୱାଣ୍ଟେଡ୍, ରକ୍ତ ଚରିତ୍ର ଓ ଏବିସିଡି ପରି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ ଅନେକ ବଲିଉଡ ଫିଲ୍ମରେ କୋରିଓଗ୍ରାଫି ମଧ୍ୟ କରିଛନ୍ତି।
from Odisha Reporter http://bit.ly/2Br8xWg
No comments:
Post a Comment