
ଆବଶ୍ୟକ ସାମଗ୍ରୀ- ବାସୁମତୀ ଅରୁଆ ଚାଉଳ, ମୁଗ ଡାଲି, ରାଶି, ଆଳୁ, କଞ୍ଚାଲଙ୍କା, କ୍ୟାପ୍ସିକମ୍, ଗ୍ରୀନ୍ ମଟର, ଘିଅ, ଜିରା, ସୋରିଷ, ହଳଦୀ ଗୁଣ୍ଡ, ହେଙ୍ଗୁ, ଅଦା, ଗୋଲ ମରିଚ, ଲବଙ୍ଗ ଗୁଣ୍ଡ ଏବଂ ସ୍ୱାଦଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ– ପ୍ରଥମେ ଡାଲି ଓ ଚାଉଳକୁ ଅଲଗା ଅଲଗା କିଛି ସମୟ ଭିଜାଇ ଦିଅନ୍ତୁ। ପ୍ରେସ୍ର କୁକରକୁ ଚୁଲିରେ ବସାନ୍ତୁ। ଏଥିରେ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲା ପରେ ସେଥିରେ ସୋରିଷ, ଜିରା, ରାଶି, ହେଙ୍ଗୁ, ହଳଦୀ ଗୁଣ୍ଡ, ବଟା ଅଦା ଓ ଅନ୍ୟ ସବୁ କଟା ପରିବା ପକାନ୍ତୁ। ଏହାକୁ କିଛି ସମୟ ଭାଜନ୍ତୁ। ଏବେ ଏଥିରେ ଡାଲି ଓ ଚାଉଳ ପକାନ୍ତୁ। ଆବଶ୍ୟକ ଅନୁସାରେ ପାଣି, ଲୁଣ ଓ ଲଙ୍କା ପକାଇ ପ୍ରେସର କୁକରର ଢାଙ୍କୁଣୀ ଘୋଡ଼ାନ୍ତୁ। ଗୋଟିଏ ହୁଇସିଲ୍ ଆସିଲା ପରେ ଗ୍ୟାସ୍ ବନ୍ଦ କରି କିଛି ସମୟ ଛାଡ଼ି ଦିଅନ୍ତୁ।
ମନେ ରଖନ୍ତୁ ଏକ ଗ୍ଲାସ୍ ଚାଉଳରେ ଦୁଇ ଗ୍ଲାସ୍ ପାଣି ଦେବାକୁ ପଡ଼ିବ। ସେହି ଅନୁପାତରେ ଆପଣ ଯେତିକି ଚାଉଳ ନେଇଥିବେ ଓ ପରିବାକୁ ଦେଖି ଅନୁମାନ କରି ପାଣି ଦେବାକୁ ପଡ଼ିବ। ଏବେ ପ୍ରସ୍ତୁତ ହୋଇଗଲା ରାଶିରେ ତିଆରି ହୋଇଥିବା ଖାସ୍ ଖେଚୁଡ଼ି। ଖେଚୁଡ଼ି ଉପରେ ଗୋଲମରିଚ ଗୁଣ୍ଡ ପକାଇ ଧନିଆ ପତ୍ରରେ ସଜାନ୍ତୁ। ଆଚାର, ପାମ୍ପଡ଼ ସହିତ ଗରମ ଗରମ ପରଷନ୍ତୁ।
from Odisha Reporter http://bit.ly/2GlGThA
No comments:
Post a Comment