ଦିନେ ଆତ୍ମହତ୍ୟା କରିବାକୁ ବସିଥିଲେ ଜୟାପ୍ରଦା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ଦିନେ ଆତ୍ମହତ୍ୟା କରିବାକୁ ବସିଥିଲେ ଜୟାପ୍ରଦା !

jaya

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଓ ରାଜନେତ୍ରୀ ଜୟାପ୍ରଦା ପୁଣି ଥରେ ଚର୍ଚ୍ଚାରେ। ଶୁକ୍ରବାର ସେ ଏମିତି କିଛି କହିଛନ୍ତି ଯାହାକୁ ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଜାଣିଛନ୍ତି,ଏମିତି ଏକ ଦିନଥିଲା ଯେବେ ଯେବେ ସେ ବଞ୍ଚିବାକୁ ଚାହୁଁ ନ ଥିଲେ। ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ।

ଜୟାପ୍ରଦା କହିଛନ୍ତି, ‘‘ଅମର ସିଂହ ମୋର ଗଡଫାଦର। ସେ ମୋତେ ରାଜନୀତିରେ ଯୋଗ ଦେବା ଲାଗି କହିଥିଲେ। ମୋତେ ଅନେକ ଲୋକ ସହାୟତା କରିଛନ୍ତି କିନ୍ତୁ ଅମର ସିଂହଙ୍କୁ ମୁଁ ନିଜର ଗଡଫାଦର୍‌ ବୋଲି ଭାବେ। କିନ୍ତୁ ଲୋକେ ଏସବୁକୁ ନେଇ ନକାରାତ୍ମକ କଥା କହିଥାନ୍ତି। ଏମିତିକି ମୁଁ ଯଦି ଅମର ସିଂହଙ୍କୁ ରାଖି ବାନ୍ଧିଦେବି ତଥାପି ଲୋକେ ଆମ ସମ୍ପର୍କକୁ ନେଇ ଭଲକଥା କହିବେ ନାହିଁ।’’

ଜୟାପ୍ରଦା ସମାଜବାଦୀ ପାର୍ଟିର ନେତା, ଆଜମ୍‌ ଖାନ୍‌ଙ୍କ ଉପରେ ସେ ଅଭିଯୋଗ ଆଣିଛନ୍ତି। କହିଛନ୍ତି, ମୁଁ ଆଜମ୍‌ ଖାନ୍‌ଙ୍କ ସହିତ ନିର୍ବାଚନ ଲଢିବା ବେଳେ ସେ ମୋ ଉପରେ ଏସିଡ୍‌ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ମୁଁ ବହୁତ ଡରିଯାଇଥିଲି। ମୁଁ ଯେତେବେଳେ ଘରୁ ବାହାରକୁ ଯାଉଥିଲି ମୋ ମା’ କହୁଥିଲେ ମୁଁ ଫେରିବି କି ନାହିଁ ସନ୍ଦେହ।

ମୋର ଆପତ୍ତିଜନକ ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ଚାରିଆଡେ ବଣ୍ଟା ମଧ୍ୟ ଯାଇଥିଲା। ସେ ସମୟରେ ମୁଁ ବହୁତ କାନ୍ଦିଥିଲି। ମୁଁ ବଞ୍ଚିବାକୁ ବି ଚାହୁଁ ନ ଥିଲି। ମୁଁ ସୁଇସାଇଡ୍‌ କରିବାକୁ ଚାହୁଁଥିଲି।

ଜୟାପ୍ରଦା କୁହନ୍ତି, ଯଦି ଅମର ସିଂ ତାଙ୍କ ପଛରେ ନ ଥାନ୍ତେ ତା ହେଲେ ସେ ଆଜି ନ ଥାନ୍ତି।



from Odisha Reporter http://bit.ly/2TppsPW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages