
ବାଲିଗୁଡା (ଅଜିତ ନାୟକ): ପୁରୀରେ ‘କାଳିଆ’ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି କନ୍ଧମାଳ ଜିଲ୍ଲାର ଜଣେ ଚାଷୀ ଲିଙ୍ଗରାଜ ଗୌନ୍ତିଆ ନିଖୋଜ ଥିବା ଜଣାପଡ଼ିଛି। ପୁରୀ ଆସିବାର ୧୦ ଦିନି ବିତି ଯାଇଥିଲେ ବି ସେ ଘରକୁ ଫେରି ନାହାନ୍ତି। ଲିଙ୍ଗରାଜଙ୍କୁ ନେଇ ତାଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି।
ଅଭିଯୋଗ ଅନୁସାରେ, ବିଲାମାଳ ଓଡ଼ିଆ ସାହିର ଲିଙ୍ଗରାଜ, ମୁଖ୍ୟମନ୍ତ୍ରୀଙ୍କ କାଳିଆ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଗାଁର କିଛି ଚାଷୀଙ୍କ ସହ ଗତ ୨୪ ତାରିଖରେ ପୁରୀ ଆସିଥିଲେ। ତେବେ ଫେରିବା ବାଟରୁ ତାଙ୍କର ଆଉ କୌଣସି ଖୋଜ ଖବର ମିଳୁ ନଥିବା ଜଣାପଡ଼ିଛି।
ଏନେଇ ଲିଙ୍ଗରାଜଙ୍କ ପରିବାର ଲୋକେ ବେଲଘର ଥାନାରେ ଅଭିଯୋଗ କରିଛନ୍ତି। ଲିଙ୍ଗରାଜଙ୍କୁ ଶୀଘ୍ର ଖୋଜି ବାହାର କରିବାକୁ ପରିବାର ଲୋକେ ଦାବି କରିଛନ୍ତି।
from Odisha Reporter http://bit.ly/2G9W8Kq
No comments:
Post a Comment