
ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ଗତକାଲି ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ସହିଦ ହେବାର ୧୨ ଘଣ୍ଟା ନପୂରୁଣୁ ପାକିସ୍ତାନ ତା’ ଅସଲ ଚେହେରା ପୁଣି ଥରେ ଦେଖାଇ ଦେଇଛି। ଏହି ଆତଙ୍କୀ ଅକ୍ରମଣକୁ ନେଇ ଭାରତ ଶୋକରେ ଡୁବିଥିବା ବେଳେ ସାରା ବିଶ୍ୱ ଆଶ୍ୱାସନା ଦେବା ସହ ସହଯୋଗର ହାତ ବଢ଼ାଉଛନ୍ତି। ହେଲେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟି ଥିବା ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନା କ୍ୟାମ୍ପ ଉପରକୁ ଗୁଳିଗୋଳା ମାଡ଼ କରିଛି।
ପାକିସ୍ତାନ ସେମା ପୁଞ୍ଛ ସେକ୍ଟରେ ଭାରତୀୟ ସେନା କ୍ୟାମ୍ପ ଉପରେ ଗୁଳିମାଡ଼ କରିଛି। ଏହାର ଦୃଢ଼ ଜବାବ ଭାରତୀୟ ଯବାନମାନେ ଦେଇଛନ୍ତ।
ସୂଚନାଯୋଗ୍ୟ, ଗତକାଲି ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ହୋଇଥିବା ଆତଙ୍କୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଛନ୍ତି। ୭୮ଟି ଗାଡ଼ିରେ ୨୫ ଶହ ସିଆରପିଏଫ୍ ଯବାନ ଯାଉଥିବା ବେଳେ ପୁଲ୍ୱାମା ନିକଟରେ ବିସ୍ଫୋରକ ଭର୍ତ୍ତି ଏକ ସ୍କର୍ପିଓରେ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଆସି ଆତ୍ମଘାତୀ ବିସ୍ଫୋରଣ କରି ନିଜକୁ ଉଡ଼ାଇ ଦେଇଥିଲା।
from Odisha Reporter http://bit.ly/2S0nCna
No comments:
Post a Comment