
ଗୁଆହାଟୀ: ଶନିବାର ଆସାମ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁଆହାଟୀର ୨ଟି ସ୍ଥାନରେ କଳା ପତାକା ପ୍ରଦର୍ଶନ କରି ବିରୋଧ କରାଯାଇଛି। ନାଗରିକ ସଂଶୋଧନ ବିଲ୍ (ସିଟିଜେନ୍ଶିପ୍ ଆମେଣ୍ଡମେଣ୍ଟ ବିଲ୍)କୁ ବିରୋଧ କରି ଏହି ବିରୋଧ ହୋଇଥିବା ଜଣାଯାଇଛି। ତେବେ ମୋଦି ଦୁଇଦିନିଆ ଆସାମ ଗସ୍ତରେ ଥିବାରୁ ଲଗାତାର ଦୁଇଦିନ ଧରି ଅଲ୍ ଆସାମ ଷ୍ଟୁଡେଣ୍ଟସ୍ ୟୁନିଅନ୍ (ଆସୁ) ପକ୍ଷରୁ ବିରୋଧ କରାଯାଇଥିବା ଜଣାଯାଇଛି।
ସେ ଆସାମ ପହଞ୍ଚିବା ପରେ ଆସୁର ସଦସ୍ୟମାନେ କଳା ପତାକା ଦେଖାଇଥିଲେ ଏବଂ ସିଟିଜେନ୍ଶିପ୍ ବିଲ୍ ବିରୋଧରେ ନାରାବାଜି ଦେଇଥିଲେ। ଲୋକପ୍ରିୟୋ ଗୋପୀନାଥ ବୋର୍ଡୋଲୋଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାତ୍ରିଯାପନ ପାଇଁ ଗୁଆହାଟୀ ରାଜଭବନ ଯିବାବାଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯିବାବାଟରେ ହିଁ ଏହି ବିରୋଧ କରାଯାଇଥିଲା।
ପ୍ରାୟ ୬.୩୦ ବେଳକୁ ମୋଦିଙ୍କ ଗାଡ଼ି ଗୁଆହାଟୀ ବିଶ୍ୱବିଦ୍ୟାଳୟ ଅତିକ୍ରମ କଲାବେଳକୁ ଆସୁ ସଦସ୍ୟମାନେ କଳାପତାକା ଦେଖାଇଥିଲେ ଏବଂ ଏହାପୂର୍ବରୁ ଆସୁର ମୁଖ୍ୟାଳୟଠାରେ ମଧ୍ୟ ସମାନ ବିରୋଧ କରାଯାଇଥିଲା।
୨୦୧୮ ଡିସେମ୍ବରରେ ସେ ବୋଗିବୀଲ୍ ସେତୁ ଲୋକାର୍ପଣ କରିବାପରଠାରୁ ଏହା ମୋଦିଙ୍କର ତୃତୀୟ ଆସାମ ଗସ୍ତ। ଚଳିତ ବର୍ଷ ଜାନୁଆରୀ ୪ ତାରିଖରେ ତାଙ୍କର ଦ୍ୱିତୀୟ ଆସାମ ଗସ୍ତରେ ସେ ସିଟିଜେନ୍ଶିପ୍ ବିଲ୍ ପାରିତ ହେବା ବିଷୟରେ ଘୋଷଣା କରିବାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ା ବିରୋଧ ହୋଇଆସୁଛି।
from Odisha Reporter http://bit.ly/2DoYBwM
No comments:
Post a Comment