୩୩ ବର୍ଷ ପରେ ଭାରତରେ ଶୁଟିଂ ବିଶ୍ୱକପ୍‌, ଭାଗ ନେବେ ୫୮ଟି ଦେଶର ୫୦୩ ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

୩୩ ବର୍ଷ ପରେ ଭାରତରେ ଶୁଟିଂ ବିଶ୍ୱକପ୍‌, ଭାଗ ନେବେ ୫୮ଟି ଦେଶର ୫୦୩ ଖେଳାଳି

ନୂଆଦିଲ୍ଲୀ: ରାଇଫଲ ଓ ପିସ୍ତଲର ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ ବୁଧବାର ଠାରୁ ଆରମ୍ଭ ହେବ। ଏହି ସିଜନ୍‌ରେ ଏହା ପ୍ରଥମ ଶୁଟିଂ ବିଶ୍ୱକପ୍‌। ଭାରତ ୩୩ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଶୁଟିଂ ବିଶ୍ୱକପ୍‌ ଆୟୋଜନ କରୁଛି। ଏହି ବିଶ୍ୱକପ୍‌ରେ ୫୮ଟି ଦେଶର ୫୦୩ ଜଣ ଖେଳାଳି ଅଂଶ ଗ୍ରହଣ କରିବେ।

ଏମାନଙ୍କୁ ମଧ୍ୟରୁ ୫୦ରୁ ଅଧିକ ଖେଳାଳି ବିଶ୍ୱ ଚାମ୍ପିୟନଶିପ ଓ ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ଏହା ବ୍ୟତୀତ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା, ଏସିଆନ ଓ ଜୁନିୟର ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇଥିବା ଖେଳାଳି ରହିଛନ୍ତି। ଭାରତରୁ ୨୩ ଜଣିଆ ଦଳ ଏହି ବିଶ୍ୱକପ୍‌ରେ ଭାଗ ନେଉଛନ୍ତି। ଏଥିରେ ୮ ଜଣ ପ୍ରଥମଥର ପାଇଁ କୌଣସି ଶୁଟିଂ ଇଭେଣ୍ଟରେ ଭାଗ ନେବେ।

ଦିଲ୍ଲୀର ଡ.କରନି ସିଂହ ଷ୍ଟାଡିୟମରେ ଏହି ବିଶ୍ୱକପ୍‌ ଫେବୃଆରୀ ୨୮ ଯାଏ ଚାଲିବ। ଏବେଠାରୁ ଭାରତୀୟ ଦଳ ଏଥିପାଇଁ ଅଭ୍ୟାସ ଆରମ୍ଭ କରିଦେଇଛି। କାଲିଠାରୁ ବିଶ୍ୱକପ୍‌ ଆରମ୍ଭ ହେଉଥିଲେ ହେଁ ୨୧ ତାରିଖରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ସେହିପରି ୨୨ରେ ପ୍ରି-ଇଭେଣ୍ଟ ଟ୍ରେନିଂ ରହିଛି। କିନ୍ତୁ ୨୩ରୁ ଅସଲି ଲଢ଼େଇ ଆରମ୍ଭ ହେବ।

ଭାରତୀୟ ଖେଳାଳିମାନେ ଘରୋଇ ପରିବେଶରେ ଖେଳୁଥିବାରୁ ଅଧିକରୁ ଅଧିକ ପଦକ ପାଇବାର ଆଶା ରଖିଛନ୍ତି।



from Odisha Reporter http://bit.ly/2V8DVAp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages