
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ସାଧାରଣ ସଭାରେ ପୁଲୱାମା ଆକ୍ରମଣ ସମ୍ପର୍କରେ ଜଣେ ଯୁବକ ପ୍ରଶ୍ନ କରିବାରୁ ସେ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି। ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଆତଙ୍କବାଦର ମୂଳପୋଛ ପାଇଁ ନରେନ୍ଦ୍ର ମୋଦି ସରକାର କି କି ପଦକ୍ଷେପ ନେଇଛନ୍ତି, ଏ ସମ୍ପର୍କରେ ଯୋଗୀ ଆଦିତ୍ୟନାଥ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସହ ଭାବବିନିୟମ କରିଥିଲେ।
ଏହି ସମୟରେ ଜଣେ ଛାତ୍ର ପଚାରିଥିଲେ କି “ଆତଙ୍କବାଦୀ ଆକ୍ରମଣ ପ୍ରାୟ ସବୁ ବେଳେ ଘଟୁଛି। ଆକ୍ରମଣ ପରେ ଆମେ ତଦନ୍ତ କରୁଛେ। କିଛି ଦିନ ପାଟିତୁଣ୍ଡ ହେଉଛି। ତା’ପରେ ପୁଣିଥରେ ସମାନ ସ୍ଥିତି ଦେଖିବାକୁ ମିଳୁଛି। ଆପଣଙ୍କ ସରକାର ଏହାକୁ ରୋକିବାକୁ କି ପଦକ୍ଷେପ ନେଇଛି?”
ଏହାର ଉତ୍ତର ଦେଇ ଯୋଗୀ କହିଥିଲେ,“କଶ୍ମୀରରେ ସ୍ଥିତି ବର୍ତ୍ତମାନ ଏମିତି ହୋଇଛି ଯେ ଯେମିତି ଦୀପ ଲିଭିଲା ବେଳକୁ ଜୋର୍ରେ ଜଳିଥାଏ। ଆତଙ୍କବାଦ ଏବେ ଶେଷ ଅବସ୍ଥାରେ ପହଞ୍ଚିଲାଣି। ନରେନ୍ଦ୍ର ମୋଦି ସରକାର ଆତଙ୍କବାଦର ମୂଳପୋଛ କରିବାକୁ ପ୍ରତିଜ୍ଞା କରିଛନ୍ତି।” ଏହା ଶୁଣି ସେଠାରେ ଥିବା ଦର୍ଶକମାନେ କରତାଳି ଦେଇ ଯୋଗୀଙ୍କ କଥାକୁ ସମର୍ଥନ କରିଥିଲେ।
ତେବେ ଏହି ସମୟରେ ଯୋଗୀ ଆଦିତ୍ୟନାଥ ବେଶ ଭାବପ୍ରବଣ ହୋଇଯାଇଥିଲେ। ସେ ନିଜ ପକେଟରୁ ରୁମାଲ ବାହାର କରିବା ସହ ନାକ ଓ ଆଖିକୁ ପୋଛିବା ଆରମ୍ଭ କରିଥିଲେ। ପୁଲୱାମା ଆକ୍ରମଣ କଥା ଭାବି ତାଙ୍କ ଆଖି ମଧ୍ୟ ଜକେଇ ଆସିଥିଲା। ଏହି ଘଟଣାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଅଧିକରୁ ଅଧିକ ଶେୟାର ହେବାରେ ଲାଗିଛି।
ଦେଖନ୍ତୁ ଭିଡିଓ
#WATCH CM Yogi Adityanath answers a student's question on #PulwamaTerrorAttack pic.twitter.com/HEAdz1cN07
— ANI UP (@ANINewsUP) February 22, 2019
from Odisha Reporter https://ift.tt/2IxojoE
No comments:
Post a Comment