ଘରେ ପଶିଗଲା ହାଇୱା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ଘରେ ପଶିଗଲା ହାଇୱା

accident

ସାଲେପୁର (ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ପି.ପି. କଲେଜ ଛକରେ ଏକ ହାଇୱା ଭାରସାମ୍ୟ ହରାଇ ଏକ ଘର ଭିତରେ ପଶିଯାଇଛି। ହାଇୱା ଧକ୍କାରେ ଘରର କାନ୍ଥ ଭାଙ୍ଗି ଯାଇଛି। ଏଥିରେ ହାଇୱାର ଡ୍ରାଇଭର ଓ ହେଲ୍‌ପର୍ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣାରେ ଭାଙ୍ଗି ଯାଇଥିବା ଘରଟି ହେଉଛି ଡମ୍ବରୁଧର ସାହୁଙ୍କର।

ଆହତ ଡ୍ରାଇଭର ଓ ହେଲପର ହେଲେ ପ୍ରଭାତ ଏବଂ ପ୍ରମୋଦ। ଉଭୟଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ବେଳେ ଡମ୍ବରୁଧରଙ୍କ ପରିବାରର ୫ ଜଣ ସଦସ୍ୟ ଶୋଇଥିଲେ। ସୌଭାଗ୍ୟ ବଶତଃ ସେମାନଙ୍କର କୌଣସି କ୍ଷତି ହୋଇନାହିଁ।



from Odisha Reporter https://ift.tt/2V1JPDk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages