
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦ୍ବୋଧନରେ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ କଂଗ୍ରେସ ଉପରେ ଜୋରଦାର ହମ୍ଲା କରିଛନ୍ତି। ସେ କଂଗ୍ରେସ ମୁକ୍ତ ଭାରତ କଥା ବିଜେପି କିମ୍ବା ଏନ୍ଡିଏ କହୁନାହିଁ ବରଂ ଜାତିର ପିତା ମହାତ୍ମା ଗାନ୍ଧି ନିଜେ ଏକଥା କହିଥିଲେ। ସ୍ଵାଧୀନତା ପରେ ଗାନ୍ଧିଜୀ ହିଁ କଂଗ୍ରେସକୁ ଭାଙ୍ଗିଦେବାକୁ କହିଥିଲେ। ତେଣୁ ମୁଁ ନୁହେଁ, ଗାନ୍ଧିଜୀ ଭାରତ କଂଗ୍ରେସ ମୁକ୍ତ ହେବା ଉଚିତ ବୋଲି ଚାହିଁଥିଲେ।
ମୋଦି କହିଛନ୍ତି,“ଗୋଟିଏ ସରକାର ଦେଶର ଲୋକଙ୍କ ପାଇଁ କାମ କରିବା ଦରକାର। ଲୋକଙ୍କ ବିକାଶ ପାଇଁ ସର୍ବଦା ଗୋଟିଏ ସରକାର ଯତ୍ନବାନ ହେବା ଉଚିତ। ସରକାର କୌଣସି ପ୍ରକାରର ଦୁର୍ନୀତିକୁ ପ୍ରଶୟ ଦେବା ଠିକ୍ ନୁହେଁ। ଦର ବୃଦ୍ଧି ଓ କଂଗ୍ରେସ ଗୋଟିଏ ଟିମ୍। କଂଗ୍ରେସ କ୍ଷମତାକୁ ଆସିବା କ୍ଷଣି ଦର ବୃଦ୍ଧି ହୁଏ।
ହେଲେ ଏନ୍ଡିଏ ସରକାର ଦରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି। କଂଗ୍ରେସରେ ଥିବା ଆମ ବନ୍ଧୁମାନେ ଦୁଇଟି ଶାସନ ବ୍ୟବସ୍ଥା ଦେଖିଛନ୍ତି। ଗୋଟିଏ BC (ବିସି):Before Congress (ବିଫୋର କଂଗ୍ରେସ) ଓ AD (ଏଡି): After Dyansty (ଆଫଟର ଡାଏନେଷ୍ଟି ବା ବଂଶାନୁକ୍ରମିକ ଶାସନ ପରେ)। ବିସିରେ କିଛି ହୋଇ ନଥିବା ବେଳେ ଏଡିରେ ବହୁତ କିଛି ପରିବର୍ତ୍ତନ ହୋଇଛି। ଡ.ବାବାସାହେବ ଆମ୍ବେଦକର ତାଙ୍କ ସମୟରେ ବହୁତ କିଛି କରିଥିଲେ।
କିନ୍ତୁ ସେ କହୁଥିଲେ କଂଗ୍ରେସରେ ଯୋଗଦେବା ଅର୍ଥ ଆତ୍ମହତ୍ୟା କରିବା। ବିରୋଧୀ ମୋଦିଙ୍କୁ ଘୃଣା କରୁନାହାନ୍ତି ବରଂ ଦେଶକୁ ଘୃଣା କରୁଛନ୍ତି। ଖାସ୍ ସେଥିପାଇଁ ବିରୋଧୀ ନେତାମାନେ ଲଣ୍ଡନ ଯାଇ ସେଠାରେ ସାମ୍ବାଦିକ ସମ୍ମିଳନୀ କରି ଦେଶକୁ ଖରାପ ବୋଲି ଚିତ୍ରିତ କରୁଛନ୍ତି। ଆପଣ ଜାଣିଛନ୍ତି କି ସେମାନଙ୍କ ମତରେ ମୋ ଅପରାଧ କଣ? ମୋ ଅପରାଧ ହେଉଛି ଏକ ଗରିବ ପରିବାରରେ ଜନ୍ମିତ ବ୍ୟକ୍ତି ହୋଇ ସୁଦ୍ଧା ସେମାନଙ୍କ ରାଜକୀୟ ଶାସନକୁ ଚ୍ୟାଲେଞ୍ଜ କରୁଛି।
କଂଗ୍ରେସ କେବେ ହେଲେ ଦେଶର ବାୟୁସେନା ସଶକ୍ତ ହେଉ ବୋଲି ଚାହିଁନାହିଁ ବା ଚାହୁଁନାହିଁ। ସେମାନେ ଆର୍ମିକୁ ହ୍ୟାଣ୍ଡିକ୍ୟାପଡ ବା ବିକଳାଙ୍ଗ କରି ଛାଡ଼ିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସୁରକ୍ଷାକର୍ମୀ ଚାହିଁଲେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ୍ କରିପାରୁ ନଥିଲେ। ସେମାନେ ମୋଦି ସାମ୍ବିଧାନିକ ସଂସ୍ଥାକୁ ଧ୍ୱଂସ କରିଦେଇଥିବା କହୁଛନ୍ତି। ହେଲେ ଥରେ ଭାବନ୍ତୁ କଂଗ୍ରେସ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲା। ସେମାନେ ଆର୍ମି ମୁଖ୍ୟଙ୍କୁ ଗୁଣ୍ଡା ବୋଲି କହିଛନ୍ତି। କଂଗ୍ରେସ ସମ୍ବିଧାନର ଧାରା ୩୬୫କୁ ଅପବ୍ୟବହାର କରିଛି। ”
from Odisha Reporter http://bit.ly/2HZLAiy
No comments:
Post a Comment