
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉତ୍କଟ ସ୍ଥିତିରେ ପହଞ୍ଚିଥିବାବେଳେ ଗୁରୁବାର ସମଝୌତା ଏକ୍ସପ୍ରେସ ଚଳାଚଳ ବନ୍ଦ କରିଛି ପାକିସ୍ତାନ। ଲାହୋରଠାରୁ ଅଟ୍ଟାରୀ ଆସୁଥିବା ଏହି ଟ୍ରେନ୍ ସପ୍ତାହକୁ ୨ଥର ଅର୍ଥାତ ସୋମବାର ଏବଂ ଗୁରୁବାର ଦିନ ଚଳାଚଳ କରିଥାଏ।
ପାକିସ୍ତାନ ରେଲୱେର ଏଜିଏମ୍ଙ୍କ କହିବା ଅନୁଯାୟୀ, ସୁରକ୍ଷା ସମସ୍ୟା ଉତ୍କଟ ସ୍ଥିତିରେ ପହଞ୍ଚିଥିବାରୁ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ରେଳସେବା ବାତିଲ କରାଯାଇଛି। ଆଜି ଏହି ଟ୍ରେନ୍ ସକାଳ ୮ଟା ସମୟରେ ୧୬ ଯାତ୍ରୀଙ୍କୁ ନେଇ ପାକିସ୍ତାନ ଛାଡ଼ିବାର ଥିଲା।
ଏକ ପାକିସ୍ତାନୀ ଟିଭି ଚ୍ୟାନେଲ ଏହି ବିଷୟରେ ଖବର ପ୍ରସାରଣ କରି କହିଥିଲା, ପରବର୍ତ୍ତୀ ନୋଟିସ ଯାଏ ଏହି ଟ୍ରେନ୍ ବାତିଲ ରହିବ।
ବୁଧବାର ଭାରତ ପକ୍ଷରୁ କୁହାଯାଇଥିଲା ଟ୍ରେନ୍ ସେବା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିବ। ଦିଲ୍ଲୀରୁ ଅଟ୍ଟାରୀ ଯାଉଥିବା ଟ୍ରେନ୍ ୧୧.୨୦ ସମୟରେ ଦିଲ୍ଲୀ ଛାଡ଼ିଥିବା ସୂଚନା ଦିଆଯାଇଥିଲା। ଏଥିରେ ୩ ଜଣ ପାକିସ୍ତାନୀ ଏବଂ ୨୪ ଜଣ ଭାରତୀୟ ଥିଲେ।
ସମଝୌତା ଏକ୍ସପ୍ରେସର ନାମ ‘ସମଝୌତା’ ବା ବୁଝାମଣାରୁ ଆସିଛି। ୧୯୭୧ ଯୁଦ୍ଧ ପରେ ଦୁଇ ଦେଶ ମଧ୍ୟରେ ଶିମଲାଠାରେ ହୋଇଥିବା ବୁଝାମଣା ପରେ ୨୨ ଜୁଲାଇ ୧୯୭୬ରେ ଏହି ଟ୍ରେନ୍ ଚଳାଚଳ ହୋଇଥିଲା।
from Odisha Reporter https://ift.tt/2EEj9Dn
No comments:
Post a Comment