
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ପୂର୍ବାହ୍ନ ୧୧ଟାରେ ଭବାନୀପାଟଣା ଯାଇ ସାଧାରଣ ସଭାରେ ଯୋଗଦେବେ। ଦୀର୍ଘ ୯ ବର୍ଷ ପରେ ରାହୁଲ ଗାନ୍ଧି କେବିକେକୁ ଆସୁଥିବାରୁ କର୍ମୀଙ୍କ ମହଲରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।
ଏହି ସମାବେଶରେ ୯ଟି ଜିଲ୍ଲାର କଂଗ୍ରେସ କର୍ମୀ ଯୋଗଦେବେ। ପଞ୍ଚାୟତ ନିର୍ବାଚନରେ ବିଜେପି ମଜଭୁତ ହେବା ପରେ କଂଗ୍ରେସ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛି।
ଆସନ୍ତାକାଲି ରାହୁଲ ଗାନ୍ଧି ସାଧାରଣ ସଭାରେ ଚାଷ ଏବଂ ଚାଷୀ ସମସ୍ୟାକୁ ନିଜ ମୁଖ୍ୟ ପ୍ରସଙ୍ଗ କରିପାରନ୍ତି।
ଜାନୁଆରୀ ୨୫ରେ ରାହୁଲ ଗାନ୍ଧି ଓଡ଼ିଶା ଆସିଥିଲେ।
from Odisha Reporter http://bit.ly/2HPD1qA
No comments:
Post a Comment