“ଅଯୋଧ୍ୟା ବିବାଦରେ ୧%ର ମଧ୍ୟସ୍ଥତା ସୁଯୋଗ ରହିଥିଲେ ମଧ୍ୟ ତାହା କରାଯିବ” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

“ଅଯୋଧ୍ୟା ବିବାଦରେ ୧%ର ମଧ୍ୟସ୍ଥତା ସୁଯୋଗ ରହିଥିଲେ ମଧ୍ୟ ତାହା କରାଯିବ”

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦର ସମାଧାନ ପାଇଁ ମଧ୍ୟସ୍ଥି ନିଯୁକ୍ତି ନେଇ ଆସନ୍ତା ମାର୍ଚ୍ଚ ୫ ତାରିଖରେ ସୁପ୍ରିମ୍‌କୋର୍ଟରେ ନିଷ୍ପତ୍ତି ହେବ। ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ରାମଜନ୍ମଭୂମି- ବାବ୍ରୀ ମସ୍‌ଜିଦ୍‌ ପ୍ରସଙ୍ଗରେ ମଧ୍ୟସ୍ଥି ନିଯୁକ୍ତି କରି ସମ୍ପର୍କରେ ସୁଧାର ଆଣିବା ପାଇଁ ଚାହୁଁଛୁ।

ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, ଏହି ବିବାଦର ସମାଧାନ କ୍ଷେତ୍ରରେ ଯଦି ୧% ମଧ୍ୟସ୍ଥତାର ସୁଯୋଗ ରହିଛି ତା’ହେଲେ ତାହା କରାଯିବ।

ଏହି ଖଣ୍ଡପୀଠରେ ପ୍ରଧାନବିଚାରପତିଙ୍କ ବ୍ୟତୀତ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌ ଅବ୍ଦୁଲ ନାଜିର ମଧ୍ୟ ଥିଲେ। ଆସନ୍ତା ୬ ସପ୍ତାହ ମଧ୍ୟରେ ଏହି ମାମଲା ସମ୍ପର୍କିତ ସମସ୍ତ ତଥ୍ୟର ଅନୁବାଦ ନକଲ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଅର୍ଥାତ ୮ ସପ୍ତାହ ପରେ ମୁଖ୍ୟ ପ୍ରସଙ୍ଗର ଶୁଣାଣି କରାଯିବ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ସମସ୍ତ ପକ୍ଷ ଅନୁବାଦ କରାଯାଇଥିବା ତଥ୍ୟକୁ ପରଖିବେ ଏବଂ କୌଣସି ଆପତ୍ତି ଥିଲେ ୮ ମାସ ମଧ୍ୟରେ ହିଁ ଜଣାଇବେ। ଏହି ୮ ମାସରେ ମଧ୍ୟସ୍ଥତାର ବିକଳ୍ପକୁ ଲାଗୁ କରାଯିବାର ପ୍ରୟାସ କରାଯିବ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି, “ଆପଣମାନେ କ’ଣ ସତରେ ଭାବୁଛନ୍ତି ଏତେଦିନ ଧରି ଏ ବିବାଦ କ’ଣ କେବଳ ଜମି ବା ସମ୍ପତ୍ତିକୁ ନେଇ? ଆମେ କେବଳ ଜମି ଅଧିକାର ବାବଦରେ ନିଷ୍ପତ୍ତି ନେଇପାରିବୁ, କିନ୍ତୁ ଆମେ ସମ୍ପର୍କ ସୁଧାରିବା ପାଇଁ ପ୍ରୟାସ କରୁଛୁ।”

ସୁପ୍ରିମ୍‌କୋର୍ଟଙ୍କ ମଧ୍ୟସ୍ଥି ନିଯୁକ୍ତି ପ୍ରସ୍ତାବକୁ କିଛି ମୁସ୍‌ଲିମ୍‌ ପକ୍ଷ ସମର୍ଥନ ଜଣାଇଥିବାବେଳେ, ରାମଲାଲ୍ଲା ବିରାଜମାନ ସମେତ ସମସ୍ତ ହିନ୍ଦୁ ପକ୍ଷ ଯୁକ୍ତି ଦର୍ଶାଇ କହିଛନ୍ତି ଯେ ପୂର୍ବରୁ ମଧ୍ୟ ମଧ୍ୟସ୍ଥିଙ୍କ ଜରିଆରେ ସମାଧାନ କରିବାର ପ୍ରୟାସ ବିଫଳ ହୋଇସାରିଛି।



from Odisha Reporter https://ift.tt/2SZ4Vpt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages