ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ସନତ ଜୟସୁରିୟା ଦୁଇ ବର୍ଷ ବାସନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ସନତ ଜୟସୁରିୟା ଦୁଇ ବର୍ଷ ବାସନ୍ଦ

ଦୁବାଇ: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନତ ଜୟସୁରିୟାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଆଣ୍ଟି କରପସନ୍ କୋଡ ଉଲ୍ଲଙ୍ଘନ କାରଣରୁ ଦୁଇବର୍ଷ ପାଇଁ ବାସନ୍ଦ କରିଛି। ଜୟସୁରିୟା ସ୍ୱୀକାର କରିଥିଲେ ଯେ, ସେ ଦୁର୍ନୀତି ଅଭିଯୋଗ ଉପରେ ହେଉଥିବା ତଦନ୍ତରେ ବାଧା ଦେବା ସହ ପ୍ରମାଣକୁ ନଷ୍ଟ କରିବାକୁ ପ୍ରୟାସ କରିଥିଲେ। ଏପରିକି ଜୟସୁରିୟା ତଦନ୍ତ ବେଳେ ସହଯୋଗ କରିନଥିବା ଆଇସିସି ପକ୍ଷରୁ କୁହାଯାଇଛି।

ଆଇସିସି ପକ୍ଷରୁ ଆହୁରି କୁହାଯାଇଛି ଯେ, ଦୋଷ ସ୍ୱୀକାର କରିବା ପରେ ଜୟସୁରିୟା ନିଜ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଗ୍ରହଣ କରିଛନ୍ତି। ଜୟସୁରିୟା ୧୯୯୬ ବିଶ୍ୱକପ୍ ବିଜେତା ଟିମର ପ୍ରମୁଖ ସଦସ୍ୟ ଥିଲେ। ଏହା ପରେ ସେ ଶ୍ରୀଲଙ୍କା ଚୟନକମିଟି ବୋର୍ଡର ଅଧ୍ୟକ୍ଷ ମଧ୍ୟ ଥିଲେ। ଶ୍ରୀଲଙ୍କା କ୍ରିକେଟରେ ବଡ଼ ସ୍ତରରେ ହୋଇଥିବା ଦୁର୍ନୀତିର ତଦନ୍ତ ସମୟରେ ଆଇସିସି ପକ୍ଷରୁ ଜୟସୁରିୟାକୁ ପଚରାଉଚୁରା କରାଯାଇଥିଲା।

ଜୟସୁରିୟା ଆଇସିସି ଆଚାର ସଂହିତା ଧାରା ୨.୪.୬ ଓ ୨.୪.୭ର ଉଲ୍ଲଙ୍ଘନ କରିଥିବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନୁଚ୍ଛେଦ ୨.୪.୬ରେ ଏସିୟୁର କୌଣସି ତଦନ୍ତରେ ସହଯୋଗ ନକରିବା ଏବଂ ୨.୪.୭ରେ ଏସିୟୁ ତଦନ୍ତରେ ବିଳମ୍ବ କିମ୍ବା ବାଧା ପହଞ୍ଚାଇବା ଉଲ୍ଲେଖ ରହିଛି। ଏହି ପ୍ରତିବନ୍ଧ ଲାଗୁ ହେବାପରେ ପରେ ଜୟସୁରିୟା ୨୦୨୧ ପର୍ଯ୍ୟନ୍ତ କ୍ରିକେଟର କୌଣସି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ।



from Odisha Reporter https://ift.tt/2IDAr7A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages