
ଭୁବେନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ରୋଷେଇ ଘରେ ତଥା ଖାଇବାରେ ଲବଙ୍ଗର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହାର ଉପଯୋଗ କରିବା ଦ୍ୱାରା ଖାଇବାର ସ୍ୱାଦ ବଢ଼ିଥାଏ ଆଉ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭପ୍ରଦ ବୋଲି କୁହାଯାଏ।
ଗରମ ଦିନ ଅପେକ୍ଷା ଶୀତଦିନେ ଏହା ଅଧିକ ବ୍ୟବାହାର କରାଯାଇଥାଏ।
ଲବଙ୍ଗରେ କ’ଣ ଅଛି : ଲବଙ୍ଗରେ ପସ୍ଫରସ୍, ପୋଟାସିୟମ୍, ପ୍ରୋଟିନ୍, ଆଇରନ୍, ସୋଡ଼ିୟମ୍, କାର୍ବୋହାଇଡ୍ରେଟ୍ସ, କ୍ୟାଲ୍ସିୟମ୍, ହାଇଡ୍ରୋକ୍ଲୋରିକ୍ ଏସିଡ୍ ଭରପୁର ମାତ୍ରାରେ ରହିଛି। ଏହା ଛଡ଼ା ଲବଙ୍ଗରେ ଭିଟାମିନ୍ ‘ଏ’ ଓ ‘ସି’ ସହ ମ୍ୟାଗ୍ନେସିୟମ୍ ଓ ଫାଇବର ଥାଏ। ଥଣ୍ଡାରେ ଲୋକମାନେ ଚାହା ପିଇବା ଶରୀର ପାଇଁ ଭଲ। ଏମିତିରେ ଲବଙ୍ଗ ଚାହା ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଲବଙ୍ଗ ଚାହା ପିଇବା ଦ୍ୱାରା କ’ଣ କ’ଣ ଉପକାର ହୋଇଥାଏ।
ପାଚନତନ୍ତ୍ର: ଲବଙ୍ଗ ମିଶ୍ରିତ ଚାହା ପିଇଲେ ପାଚନ କ୍ରିୟା ତଥା ହଜମ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ। ଏହାର ଚାହା ପାଚନ ତନ୍ତ୍ରକୁ ଉତ୍ତେଜିତ କରି ଏସିଡିଟିକୁ କମ୍ କରିଥାଏ। ଖାଇବା ପୂର୍ବରୁ ଲବଙ୍ଗ ଚାହା ପିଇଲେ ଏହା ହଜମ କରିବାରେ ସାହାଯ୍ୟ କରିଥାଏ।
ଦାନ୍ତ କଷ୍ଟ ନିବାରଣ: ଆମେ ସମସ୍ତେ ଜାଣିଛେ ଲବଙ୍ଗ ତେଲ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। କିନ୍ତୁ ଜାଣିଛନ୍ତି ଲବଙ୍ଗ ଚାହା ମଧ୍ୟ ଦାନ୍ତ ବିନ୍ଧା କଷ୍ଟକୁ ଦୂର କରିଥାଏ। କାହିଁକି ନା ଏଥିରେ ଆଣ୍ଟି ବ୍ୟାକ୍ଟେରିୟଲ୍ ଗୁଣ ରହିଛି। କଷ୍ଟ ସମୟରେ ଯଦି ଲବଙ୍ଗକୁ ମୁହଁରେ ରଖି ତାକୁ ଧୀରେ ଧୀରେ ଚୋବାଇବେ ତେବେ ଦାନ୍ତରେ ଯନ୍ତ୍ରଣା କମ୍ ହୋଇଯାଇଥାଏ।
କଫ ପାଇଁ ଲବଙ୍ଗ: ସାଇନସ୍ କିମ୍ବା କଫ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଲବଙ୍ଗ ଚାହା ଖୁବ୍ ଉପକରୀ। ଯଦି ଆପଣ ସାଇନସ୍ରେ ଆକ୍ରାନ୍ତ, ତେବେ ପ୍ରତିଦିନ ସକାଳୁ ଲବଙ୍ଗ ଚାହା ପିଇବା ଦ୍ୱାରା ଇନ୍ଫେକ୍ସନ୍ କମି ଯାଇଥାଏ ଓ ସାଇନସ୍ରୁ ମୁକ୍ତି ମିଳେ। ଲବଙ୍ଗ, କଫ ଜମାଟ ପାଇଁ ହେଉଥିବା ଛାତି ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ।
ଆସ୍ତମାରୁ ମୁକ୍ତି : ଆସ୍ତମା ରୋଗୀଙ୍କ ପାଇଁ ମଧ୍ୟ ଲବଙ୍ଗ ଚାହା ଖୁବ୍ ଲାଭଦାୟକ। ଲବଙ୍ଗକୁ ପାଣିରେ ସିଝାଇ କାଢ଼ା ତିଆରି କରନ୍ତୁ। ତା’ପରେ ଏଥିରେ ମହୁ ମିଶାଇ ଗୋଟିଏ ଦିନରେ ତିନିଥର ପିଇବା ଦ୍ୱାରା ଆସ୍ତାମା ରୋଗୀଙ୍କୁ ଆରାମ୍ ମିଳେ। ଲବଙ୍ଗ ତେଲ ବି ଶ୍ୱାସ ରୋଗରୁ ମୁକ୍ତି ଦେଇଥାଏ। ଏହାକୁ ସୁଙ୍ଘିବା ଦ୍ୱାରା କଫ, କାଶ, ସାଇନୋସାଇଡ୍ରୁ ଆରାମ୍ ମିଳିଥାଏ।
ସଂକ୍ରମଣ ପାଇଁ ଲବଙ୍ଗ: ଆୟୁର୍ବେଦ ଚିକିତ୍ସା ଅନୁଯାୟୀ ଲବଙ୍ଗରେ ଥିବା ଆଣ୍ଟିସେପ୍ଟିକ୍ ଗୁଣ ଯୋଗୁ ତ୍ୱଚା ସମ୍ବନ୍ଧିତ ସମସ୍ୟା ଓ ସଂକ୍ରମଣରୁ ମୁକ୍ତି ମିଳିଥାଏ।
from Odisha Reporter http://bit.ly/2WxS3oe
No comments:
Post a Comment