ପାକିସ୍ତାନୀ ଜେଟ୍ ଖସାଇଲା ଭାରତ, ଜମ୍ମୁ କଶ୍ମୀରରେ ବିମାନ ଉଡ଼ାଣରେ କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ପାକିସ୍ତାନୀ ଜେଟ୍ ଖସାଇଲା ଭାରତ, ଜମ୍ମୁ କଶ୍ମୀରରେ ବିମାନ ଉଡ଼ାଣରେ କଟକଣା

ଶ୍ରୀନଗର: ମଙ୍ଗଳବାର ବାଲାକୋଟ୍‌ରେ ଭାରତର ଧ୍ୱଂସଲୀଳା ପରେ ଅଶାନ୍ତ ପାକିସ୍ତାନ ପ୍ରତିକ୍ରିୟା ରଖିବାର ପ୍ରୟାସ କରିଥିଲେ ମଧ୍ୟ ଭାରତ ଏହାକୁ ନିଷ୍ଫଳ କରିଦେଇଛି। ଗୋଟିଏ ଏଫ୍‌-୧୬ ପାକିସ୍ତାନୀ ଜେଟ୍‌ ଭାରତ ସମୀ ଅତି କ୍ରମ କରିବାର ପ୍ରୟାସ କରୁଥିବାବେଳେ ଭାରତୀୟ ସେନାର ଗୁଳିମାଡ଼ରେ ଏହା ଖସିପଡ଼ିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏଫ୍‌-୧୬ ସହିତ ଏକ ପାରାଚ୍ୟୁଟ୍‌ ଖସୁଥିବାର ଦେଖିବାକୁ ମିଳିଥିଲା, କିନ୍ତୁ ପାଇଲଟ୍‌ଙ୍କ ସ୍ଥିତି କ’ଣ ଜଣାପଡ଼ୁନି।

ବୁଧବାର ସକାଳେ ଜମ୍ମୁକଶ୍ମୀରର ରଜୌରୀ ଜିଲ୍ଲାରେ ଭାରତୀୟ ସୀମା ମଧ୍ୟରେ ଏକାଧିକ ପାକିସ୍ତାନୀ ବିମାନ ପଶିଆସିଥିବା ସୂଚନା ମିଳିଥିଲା। ଏହାପରେ ଭାରତ ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯିବା ପରେ ଏହି ଜେଟ୍‌ ସବୁ ପୁଣି ପାକିସ୍ତାନ ମୁହାଁ ହୋଇଥିଲେ। ତେବେ ଭାରତୀୟ ସେନା ଗୋଟିଏ ଜେଟ୍‌ ଖସାଇପାରିଛି ଯାହାକି ନୌଶେରାର ଲାମ୍‌ ଭ୍ୟାଲିଠାରେ ଖସିଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷରେ ଆକାଶ ମାର୍ଗ ଅଶାନ୍ତ ହୋଇଥିବାରୁ ଜମ୍ମୁ, ଶ୍ରୀନଗର ଏବଂ ଲେହ ଆଦି ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ବିମାନ ଉଡ଼ାଣ ପରେ କଟକଣା ଲଗାଯାଇଛି। ଏୟାର ଭିସ୍ତାରା ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରେ କୁହାଯାଇଛି, ଅମୃତସର, ଚଣ୍ଡୀଗଡ଼, ଜମ୍ମୁରୁ ଉଡ଼ାଣ ଭରିବାକୁ ଥିବା ବିମାନର ଉଡ଼ାଣ ସ୍ଥଗିତ ରହିଛି।



from Odisha Reporter https://ift.tt/2BXtQPE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages