ଶିବସେନାର ରାଫେଲ ବାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଶିବସେନାର ରାଫେଲ ବାଣ

ମୁମ୍ବାଇ: ରାଫେଲ ଚୁକ୍ତି ଏୟାର ଫୋର୍ସ ନା ଆର୍ଥିକ ସମସ୍ୟାରେ ଥିବା ଶିଳ୍ପପତିଙ୍କ ସଶକ୍ତିକରଣ ପାଇଁ ବୋଲି ପ୍ରଶ୍ନ ଉଠାଇଛି ଶିବସେନା।

ଦି ହିନ୍ଦୁ ଖବରକାଗଜ ଗତକାଲି ଏକ ଖବରରେ ଦର୍ଶାଇଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଫେଲ ଡିଲ୍‌ରେ ହସ୍ତକ୍ଷେପ କରୁଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ ଆଣିଥିଲା ଏବଂ ଏହାର ପ୍ରମାଣ ସ୍ୱରୂପ ଏକ ଚିଠି ମଧ୍ୟ ଯୋଡ଼ିଥିଲା। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୫୯ ହଜାର କୋଟିର ଏହି ଡିଲକୁ ନେଇ ପୂର୍ବରୁ ମଧ୍ୟ ବିବାଦ ହୋଇଥିବାବେଳେ ଏବେ ପିଏମ୍‌ଓର ଭୂମିକାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଥିଲେ।

ଏହି ପ୍ରସଙ୍ଗକୁ ନେଇ ଶିବସେନା ଏହାର ମୁଖପତ୍ର ସାମ୍ନାର ସମ୍ପାଦକୀୟରେ ଲେଖିଛି, “ପ୍ରଧାନମନ୍ତ୍ରୀ ଗୁରୁବାର ସଂସଦରେ ରାଷ୍ଟ୍ରପ୍ରେମ ବାବଦରେ ଭାଷଣ ଦେଉଥିଲା। ଏହାର ଠିକ୍‌ ଗୋଟିଏ ଦିନ ପରେ କଳା ପୃଷ୍ଠା ସାମ୍ନାକୁ ଆସିଯାଇଛି। ଏହା ଦେଶାତ୍ମବୋଧକ ନାରା ଏବଂ ଟେବୁଲ ବାଡ଼ିଆକୁ ବନ୍ଦ କରିଦେଇଛି।”

ଶିବସେନା ଆହୁରି ମଧ୍ୟ ଅଭିଯୋଗ ଆଣିଛି ଯେ, ପ୍ରଧାନମନ୍ତ୍ରୀ ମୋଦି ନିଜେ ଏହି ଡିଲ୍‌ରେ ହସ୍ତକ୍ଷେପ କରୁଥିଲେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଓପ୍ରତିରକ୍ଷା ସଚିବଙ୍କୁ ଦୂରେଇ ରଖାଯାଇଥିଲା। ଅନ୍ୟପକ୍ଷରେ ଜାତୀୟ ସୁରକ୍ଷା ବାବଦରେ ପ୍ରଶ୍ନ ଉଠାଇବା ବା ଉତ୍ତର ମାଗିବା ଦେଶର ସମାଲୋଚନା ବୋଲି କେମିତି କୁହାଯାଇପାରିବ।

ଶିବସେନା ଆହୁରି ମଧ୍ୟ ଅଭିଯୋଗ ଆଣିଛି ଯେ ବିଜେପି ଅଧୀନରେ ରାଷ୍ଟ୍ରବାଦ ଏବଂ ଦେଶପ୍ରେମର ସଂଜ୍ଞା ପରିବର୍ତ୍ତନ ହେବାରେ ଲାଗିଛି। ରାଫେଲ୍‌ ଡିଲର ଗୁଣ ଗାନ କରିବା ଲୋକେ ଦେଶଭକ୍ତ ଏବଂ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଦେଶଦ୍ରୋହୀ ବୋଲି ଅଭିଯୋଗ ଅଣାଯାଉଥିବା ଶିବସେନା କହିଛି।



from Odisha Reporter http://bit.ly/2Sm2KvJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages