“ତୁମେ ଚାଷୀ ପୁଅ ନାଁ ନାଇଁ !” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

“ତୁମେ ଚାଷୀ ପୁଅ ନାଁ ନାଇଁ !”

ବ୍ରହ୍ମପୁର(ଅଶୋକ ବ୍ରହ୍ମା): “ଆମ ଆନ୍ଦୋଳନ ଭଣ୍ଡୁର କରିବାକୁ ତୁମେ କିଏ ? ପାରୁଛ ଯଦି ଦଫା ଲଗାଇ ଆମକୁ ଜେଲ୍‌ ପଠାଅ।”

ରାସ୍ତାରେ ଟାୟାର ଜଳାଇ ଆନ୍ଦୋଳନ କରୁଥିବା ନବ ନିର୍ମାଣ କୃଷକ ସଙ୍ଗଠନର ଆନ୍ଦୋଳନ ସମୟରେ ଏମିତି ସ୍ଥିତି ଦେଖିବାକୁ ମିଳିଥିଲା ବ୍ରହ୍ମପୁରରେ । ଆନ୍ଦୋଳନକାରୀ ଓ ପୁଲିସ୍‌ ମଧ୍ୟରେ ବଚସା ତୀବ୍ର ହୋଇଥିବା ବେଳେ, ଆନ୍ଦୋଳନକାରୀ ଚାଷୀ ନେତା ପୁଲିସ୍‌କୁ ଏମିତି ପ୍ରଶ୍ନ କରିଥିଲେ ଯେ, ସେମାନେ ଚୁପ୍‌ ହୋଇ ଯାଇଥିଲେ।

“ପ୍ରଥମେ କୁହ ତୁମେ ଚାଷୀ ପୁଅ ନାଁ ନାଇଁ ? ଆମ ପଇସାରେ ଦରମା ନେଉଛନ୍ତି, ଆମକୁ … ”

ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ସାରା ରାଜ୍ୟରେ ବନ୍ଦ ପାଳନ ହେଉଛି। ରାଜରାସ୍ତାରେ ବସି ଆନ୍ଦୋଳନ କରିଛନ୍ତି ଚାଷୀ। ନିର୍ବାଚନ ପୂର୍ବରୁ ଉଷ୍ମ ହୋଇଛି ରାଜ୍ୟର ପାଣିପାଗ। କାଳିଆ ଯୋଜନା ଭଳି କୃଷକ ସହାୟତା ଯୋଜନା ପରେ ମଧ୍ୟ ପ୍ରକୃତ ହିତାଧିକାରୀ ବାରମ୍ବାର ଲାଞ୍ଝିତ ହେଉଥିବା କଥା ବାରମ୍ବାର ସାମ୍ନାକୁ ଆସୁଛି। କୃଷକଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ଭଳି ସୁବିଧା ମିଳୁ ନ ଥିବାରୁ ସଙ୍ଗଠନ ଏଭଳି ଆନ୍ଦୋଳନ କରିଛି।



from Odisha Reporter https://ift.tt/2GVjsuM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages