ପୂର୍ବତଟ ରେଳବାଇ ଏବଂ ଓଡ଼ିଶା ପାଇଁ ୭୦୧୦ କୋଟି ମଞ୍ଜୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ପୂର୍ବତଟ ରେଳବାଇ ଏବଂ ଓଡ଼ିଶା ପାଇଁ ୭୦୧୦ କୋଟି ମଞ୍ଜୁର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍‌ରେ ପୂର୍ବତଟ ରେଳବାଇ ଏବଂ ଓଡ଼ିଶାରେ ରେଳର ବିକାଶ ପାଇଁ ସମୁଦାୟ ୭୦୧୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏହି ଅର୍ଥ ଗତବର୍ଷ ତୁଳନାରେ ୧୩% ଅଧିକ। ଏଥିରେ ରେଳ ଧାରଣାରେ ବିଦ୍ୟୁତିକରଣ, ଯାତ୍ରୀଙ୍କ ପାଇଁ ଅଧିକ ସୁବିଧା, ୱାର୍କଶପ, ରେଳ ଧାରଣାର ବିକାଶ ଓ କର୍ମଚାରୀଙ୍କ ଉନ୍ନତି ଆଦି ପାଇଁ ଖର୍ଚ୍ଚ କରାଯିବ।

ପୂର୍ବତଟ ରେଳବାଇ ଅଧୀନରେ ନୂଆ ରେଳ ଧାରଣା ପାଇଁ ଚଳିତ ବର୍ଷ ୨୬୩୦ କୋଟିର ବ୍ୟୟ ଅଟକଳ କରାଯାଇଛି। ଯାହା ଗତବର୍ଷ ତୁଳନାରେ ୬୭% ଅଧିକ।

ଯାତ୍ରୀଙ୍କ ସୁବିଧା ପାଇଁ ୧୮୧ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ଯାହା ଗତବର୍ଷ ତୁଳନାରେ ୧୧୯% ଅଧିକ। ଚଳିତ ବର୍ଷ ଏହି ବାବଦରେ ୮୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

ନୂଆ ରେଳ ଧାରଣା

ପ୍ରକଳ୍ପର ନାଁ                                ଟଙ୍କା

ଅନୁଗୁଳ-ସୁକିନ୍ଦା ରୋଡ(୯୮.୭ କିମି)  ୨୫୦ କୋଟି

ହରିଦାସପୁର-ପାରାଦୀପ(୮୨ କିମି)  ୪୦୦ କୋଟି

ଖୋର୍ଦ୍ଧା-ବଲାଙ୍ଗିର (୨୮୯ କିମି)      ୩୫୦ କୋଟି

ତାଳଚେର-ବିମଳାଗଡ଼(୧୫୪ କିମି)  ୧୫୦ କୋଟି

ଜୟପୁର-ମାଲକାନଗିରି (୧୨୭ କିମି)  ୭୦ କୋଟି

ଜୟପୁର-ନବରଙ୍ଗପୁର(୩୮କିମି)      ୧୦ କୋଟି

ରେଳ ଧାରଣା ଦୋହରୀକରଣ/୩ୟ ରେଳ ଲାଇନ୍‌

ପ୍ରକଳ୍ପର ନାଁ                                                 ଟଙ୍କା

ସମ୍ବଲପୁର-ତାଳଚେର(୧୭୪.୧୧ କିମି)              ୨୪୯ କୋଟି

ସମ୍ବଲପୁର-ଟିଟିଲାଗଡ଼(୧୮୨.୧୧କିମି)               ୧୭୦ କୋଟି

ବାଂଶପାଣି-ଦୈତାରୀ-ଟମକା-ଯଖପୁରା(୧୮୦କିମି)  ୮୫ କୋଟି

ଭଦ୍ରକ-ନିର୍ଗୁଣ୍ଡି (ତୃତୀୟ ଲାଇନ୍‌)(୮୦କିମି)            ୮୬ କୋଟି

ବିଜିୟାନଗରମ-ସମ୍ବଲପୁର (ତୃତୀୟ ଲାଇନ୍‌)       ୩୫୦ କୋଟି

ଝାରପଡ଼ା-ବୁଢ଼ାପଙ୍କ (୩ୟ ଓ ୪ର୍ଥ ଲାଇନ)          ୧୨୦ କୋଟି

ବୁଢ଼ାପଙ୍କ-ସାଲେଗାଓଁ(୩ୟ ଓ ୪ର୍ଥ)                ୨୧୦ କୋଟି

କୋରାପୁଟ-ସିଙ୍ଗାପୁର                                ୨୦୫ କୋଟି

ମନୋହରପୁର-ବନ୍ଧମୁଣ୍ଡା(୩ୟ ଲାଇନ୍)             ୪୦ କୋଟି

ରାଉରକେଲା-ଝାରସୁଗୁଡ଼ା(୩ ଲାଇନ୍‌)            ୧୫୦ କୋଟି

ବନ୍ଧମୁଣ୍ଡା-ରାଉରକେଲା(୪ର୍ଥ ଲାଇନ୍‌)             ୨୦ କୋଟି



from Odisha Reporter http://bit.ly/2t3jXuA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages