
ନୂଆଦିଲ୍ଲୀ: ହିନ୍ଦୀ ସାହିତ୍ୟ ଜଗତର ବିଶିଷ୍ଟ ଲେଖକ ତଥା ପ୍ରଖ୍ୟାତ ସମାଲୋଚକ ନାମ୍ବର ସିଂହଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।
ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ଏମ୍ସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ବ୍ରେନ୍ ହ୍ୟାମ୍ରେଜ୍ ଯୋଗୁ ତାଙ୍କୁ ମାସେ ହେଲା ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍ରେ ରଖାଯାଇଥିଲା। ଘରେ ପଡ଼ିଯିବା ଯୋଗୁ ତାଙ୍କର ବ୍ରେମ୍ ହ୍ୟାମ୍ରେଜ୍ ହୋଇଥିଲା।
ନାମ୍ବର ସିଂହ ୧୯୨୭ ମସିହା ଜୁଲାଇ ୨୮ ତାରିଖରେ ବାରାଣସୀରେ ଜନ୍ମ ଗ୍ରହଣ କରିଥିଲେ। ହିନ୍ଦୀ ସାହିତ୍ୟ ଜଗତରେ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ। ତାଙ୍କର ଏମିତି କୌଣସି ବହି ନଥିଲା ଯାହାକୁ ନେଇ ବାଦ-ବିବାଦ ଦେଖାଯାଇନି ଅବା ଆଲୋଚନା ହୋଇନାହିଁ।
ତାଙ୍କ ପରଲୋକ ଖବର ପାଇବା ପରେ ଦେଶର ଅନେକ ସାହିତ୍ୟିକ ଶୋକ ପ୍ରକାଶ କରିଛନ୍ତି। ସାହିତ୍ୟ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ କହିଛନ୍ତି।
from Odisha Reporter https://ift.tt/2IoLUYw
No comments:
Post a Comment