ରବିବାରଠାରୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ରବିବାରଠାରୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍

ବିଶାଖାପଟ୍ଟନମ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଆସନ୍ତାକାଲି ବିଶାଖାପଟ୍ଟନମରେ
ଖେଳାଯିବ। ଆସନ୍ତା ମେ’ ମାସରେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଭାରତ ପାଇଁ ଏହା ଶେଷ ସିରିଜ୍। ତେଣୁ ଏହି ସିରିଜ୍ ଜିତି ଭାରତ ତା’ର ବିଶ୍ୱକପ୍ ପ୍ରସ୍ତୁତିରେ ମୋହର ଲଗାଇବାକୁ ଚେଷ୍ଟା କରିବ। ଅଷ୍ଟ୍ରେଲିଆ ଟିମ୍ ଗତ କିଛି ସମୟ ଧରି କଠିନ ସମୟ ଦେଇ ଗତି କରୁଛି। ଭାରତ ଦୁଇମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍ ବ୍ୟତୀତ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଦିନିକିଆ ମଧ୍ୟ ଖେଳିବ।

ଟିମ୍‌ରେ ଅଧିକାଂଶ ଖେଳାଳିଙ୍କ ସ୍ଥାନ ସୁନିଶ୍ଚିତ ଥିବା ବେଳେ କେବଳ ଦୁଇ-ତିନୋଟି ସ୍ଥାନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏହି ଦୁଇଟିକିଆ ଟି-୨୦ ଆଧାରରେ ଅଧିନାୟକ ବିରାଟ କୋହଲି ଓ ରବି ଶାସ୍ତ୍ରୀ ବିଶ୍ୱକପ୍ ପାଇଁ ଟିମ ନିର୍ଦ୍ଧାରଣ କରିବେ। କୋହଲି ତିନି ସପ୍ତାହର ବ୍ରେକ୍‌ ପରେ ଟିମ୍‌କୁ ଫେରିଛନ୍ତି। ଏହି ଦୁଇଟି ସ୍ଥାନ ପାଇଁ ପ୍ରବଳ ଦାବିଦାର କୁହାଯାଉଥିବା ଋଷଭ ପନ୍ତ ଓ ବିଜୟ ଶଙ୍କରଙ୍କ ଉପରେ କୋହଲିଙ୍କ ନଜର ରହିବ। ଦିନିକିଆ ଟିମ୍‌ରୁ ଦିନେଶ କାର୍ତ୍ତିକ ବାଦ୍ ପଡ଼ିବା ପରେ ପନ୍ତଙ୍କୁ ଅଧିକ ସୁଯୋଗ ଦେବା ନେଇ ଟିମ୍ ମ୍ୟାନେଜ୍‌ମେଣ୍ଟ ଯୋଜନା କରୁଛି। ଆହତ କାରଣରୁ ସିରିଜ୍‌ରୁ ବାଦ୍ ପଡ଼ିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଶଙ୍କରଙ୍କ ପାଖରେ ନିଜକୁ ପ୍ରମାଣିତ କରିବାର ଭରପୂର ସୂଯୋଗ ରହିଛି। ନ୍ୟୁଜିଲାଣ୍ଡରେ ଶଙ୍କର ତ ନିଜ ବ୍ୟାଟ୍‌ର କରାମତି ଦେଖାଇ ସାରିଛନ୍ତି, କିନ୍ତୁ ତାଙ୍କ ବୋଲିଂ ଦକ୍ଷତାକୁ ନେଇ ପ୍ରଶ୍ନ ଉଠୁଛି।

ଅନ୍ୟପକ୍ଷରେ କାର୍ତ୍ତିକ ଭଲ ପ୍ରଦର୍ଶନ କରିବାକୁ ବ୍ୟଗ୍ର ଥିବେ। ନିଜକୁ ପ୍ରମାଣିତ କରିବା ପାଇଁ ତାଙ୍କ ପାଖରେ କେବଳ ଏହି ଦୁଇଟି ଟି-୨୦ ମ୍ୟାଚ୍‌ ହିଁ ଅଛି, କାରଣ ସେ ଦିନିକିଆ ଦଳରୁ ବାଦ୍ ପଡ଼ିସାରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌ରେ କାର୍ତ୍ତିକ ୧ ରନ୍ ନେବା ପାଇଁ ମନା କରିଦେଇଥିଲେ, ଯେଉଁ କାରଣରୁ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡିଥିଲା।

ଭାରତର ଏକ ନମ୍ବର ପେସ୍‌ ବୋଲର ଜସପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଟିମ୍‌ର ବୋଲିଂ ଲାଇନ୍ ମଜଭୁତ ହୋଇଛି। ବୁମରା ଅନ୍ତର୍ଜାତୀୟ ଟି-୨୦ରେ ୫୦ ୱିକେଟ୍‌ ପୂରଣ କରିବାରୁ ମାତ୍ର ୨ ପାଦ ଦୂରରେ ଅଛନ୍ତି। ଏହି ଉପଲବ୍ଧି କେବଳ ରବିଚନ୍ଦ୍ରନ୍ ଅଶ୍ୱିନ୍‌ଙ୍କ ନାମରେ ଅଛି, ଯିଏ ବର୍ତ୍ତମାନ ଟିମରୁ ବାହାରେ ଅଛନ୍ତି। ଭାରତୀୟ ଦଳରେ ମୟଙ୍କ ମାର୍କଣ୍ଡେ ମଧ୍ୟ ଅଛନ୍ତି। ତାଙ୍କୁ ଅଧିନାୟକ କୋହଲି
ସୁଯୋଗ ଦେଇପାରନ୍ତି। ଅନ୍ୟପକ୍ଷରେ ଅଭିଜ୍ଞ ୟୁଜବେନ୍ଦ୍ର ଚହଲ ଓ କୃନାଲ ପାଣ୍ଡ୍ୟା ନିକଟରେ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ କୋହଲି
ଚୂଡ଼ାନ୍ତ ଦଳରେ କେଉଁ ଦୁଇ ସ୍ପିନରଙ୍କୁ ଖେଳାଉଛନ୍ତି, ତାହା ଆସନ୍ତାକାଲି ଟସ୍ ପରେ ଜଣାପଡିବ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଟି-୨୦ ରେକର୍ଡ ଯଥେଷ୍ଟ ଉନ୍ନତ। ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୯ ମ୍ୟାଚ୍‌ରେ ଭାରତ ୧୧-୬ରେ ଆଗୁଆ ରହିଥିବା ବେଳେ ୨ଟି ବିନା ଫଳାଫଳ ରହିଥିଲା। କିନ୍ତୁ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଗତ ଦୁଇ ସିରିଜ୍ ବରାବର ରହିଥିଲା, ଯେଉଁଥିରେ ୨୦୧୭ (ଭାରତରେ) ଏବଂ ୨୦୧୮ (ଅଷ୍ଟ୍ରେଲିଆରେ) ସିରିଜ୍ ସାମିଲ ଅଛି। ୨୦୧୬ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଟି-୨୦ ସିରିଜକୁ ୩-୦ରେ କ୍ଲିନ୍‌ସୁଇପ କରିଥିଲା। ଏଥର ବିରାଟଙ୍କ ନେତୃତ୍ୱାଧୀନ ଟିମ୍ ଆଉ ଏକ ସିରିଜ୍ ମୂଳପୋଛ ଲକ୍ଷ୍ୟରେ ଅଛି। କିନ୍ତୁ ଏହି ସିରିଜ୍ ବିଶ୍ୱକପ୍‌ ପୂର୍ବରୁ ଭାରତ ପାଇଁ ଅନ୍ତିମ ରିହର୍ସଲ ହେବ। କାରଣ ବିଶ୍ୱକପ୍ ପୂର୍ବରୁ ଭାରତର ଏହା ଅନ୍ତିମ ଅନ୍ତର୍ଜାତୀୟ ସିରିଜ।

୨୦୧୮ କୋହଲିଙ୍କ ପାଇଁ ବେଶ ସଫଳ ଥିଲା, କାରଣ ଏହି ବର୍ଷ ସେ ୩ଟି ଯାକ ଫର୍ମାଟ୍‌ରେ ମୋଟ ୩୮ ମ୍ୟାଚ୍‌ ଖେଳି ୨୭୩୫ ରନ୍ କରିଛନ୍ତି। ଏହା ମଧ୍ୟରେ ସେ ଦିନିକିଆରେ ୧୪ ଇନିଂସରେ ୧୩୩.୫୫ ହାରରେ ୧୨୦୨ ରନ୍ କରିଥଲେ, ଯେଉଁଥିରେ ୬ ଶତକ ଓ ୩ ଅର୍ଦ୍ଧଶତକ ସାମିଲ ଥିଲା। ଅନ୍ୟପକ୍ଷରେ ଆରୋନ ଫିଞ୍ଚଙ୍କ ଟିମ୍ ଗତବର୍ଷ ଭାରତ ବିପକ୍ଷ ସିରିଜ୍ ପରଠାରୁ ଟି-୨୦ ମ୍ୟାଚ୍‌ ଖେଳିନାହିଁ। କିନ୍ତୁ ଏହା ମଧ୍ୟରେ ତାଙ୍କ ଟିମ୍‌ର କିଛି ଖେଳାଳି ବିଗ୍ ବ୍ୟାଶ୍‌ ଲିଗ୍ ଖେଳି ଏହି ଛୋଟିଆ ଫର୍ମାଟର ଅଭିଜ୍ଞତା ହାସଲ କରିଛନ୍ତି। ଦଳରେ ସ୍ଥାନ ପାଇଥିବା ଡାର୍ସି ଶର୍ଟ ବିବିଏଲରେ ୧୫ ମ୍ୟାଚ୍‌ରୁ ୬୩୭ ରନ୍ କରିଥିଲେ। ଏହା ବ୍ୟତୀତ କେନ୍ ରିଚାର୍ଡସନ୍ ବୋଲିଂରେ ଉନ୍ନତ ପ୍ରଦର୍ଶନ କରି ୨୪ ୱିକେଟ୍‌ ହାସଲ କରିଥିଲେ। ଦୁହିଁଙ୍କ ଉପରେ ଅଷ୍ଟ୍ରେଲିଆ ଅଧିକ ନିର୍ଭର କରିବ।

ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶିଖର ଧୱନ୍‌, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂ ଧୋନି (ୱିକେଟ୍‌କିପର), କୃନାଲ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମ୍‌ରା, ଉମେଶ ଯାଦବ, ସିଦ୍ଧାର୍ଥ କୌଲ, ମୟଙ୍କ ମାର୍କଣ୍ଡେ।

ଅଷ୍ଟ୍ରେଲିଆ: ଆରୋନ୍‌ ଫିଞ୍ଚ (ଅଧିନାୟକ), ଡାର୍ସି ଶର୍ଟ, ଆଲେକ୍ସ କ୍ୟାରେ, ଜେସନ ବେରେନଡର୍ଫ, ନାଥନ କୁଲ୍ଟର-ନାଇଲ, ପିଟର
ହ୍ୟାଣ୍ଡସ୍କମ୍ବ, ଉସମାନ୍‌ ଖ୍ୱାଜା, ନାଥନ୍‌ ଲାୟନ୍‌, ଗ୍ଲେନ ମ୍ୟାକ୍ସୱେଲ, ଝାଇ ରିଚାର୍ଡସନ୍‌, କେନ ରିଚାର୍ଡସନ୍‌, ମାର୍କସ ଷ୍ଟୋଇନିସ, ଆଷ୍ଟନ୍‌
ଆଗର, ଆଦାମ୍‌ ଜାମ୍ପା।



from Odisha Reporter https://ift.tt/2tyuJcy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages