ଆଜି ଓଡ଼ିଶା ଆସିବେ ନୂଆ ଆମିକସ୍ କ୍ୟୁରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଆଜି ଓଡ଼ିଶା ଆସିବେ ନୂଆ ଆମିକସ୍ କ୍ୟୁରି

puri

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ନୂଆ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଆଜି ଓଡ଼ିଶା ଆସିବା ସହ ଆସନ୍ତାକାଲି ପୁରୀ ଗସ୍ତ କରିବେ। ଆମିକସ୍ କ୍ୟୁରିଙ୍କ ଗସ୍ତ ପୂର୍ବରୁ ତାଙ୍କ ସହଯୋଗୀ ପ୍ରିୟା ହିଙ୍ଗୋରାନୀ ଶ୍ରୀକ୍ଷେତ୍ର ଆସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆସନ୍ତା ୨୭ରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବାକୁ ଥିବା ବେଳେ ରଞ୍ଜିତ କୁମାରଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି।

ବିଶେଷ କରି ଭକ୍ତଙ୍କଠାରୁ ଦାନ ଦକ୍ଷିଣା ଆଦାୟ ବନ୍ଦ, ଅନ୍ନଦାନ ଅଟିକା ଓ ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଆଦି ପ୍ରସ୍ତାବ ଉପରେ ନିଯୋଗର ଅସହମତି ରହିଥିବାରୁ ଏହାକୁ ନେଇ ଆମିକସ୍‌ କ୍ୟୁରିଙ୍କ ନିକଟରେ ସେବାୟତ ମତ ରଖିପାରନ୍ତି।

ଶ୍ରୀମନ୍ଦିରରେ ସଂସ୍କାର ଲାଗି ପୂର୍ବରୁ ୧୨ ସୂତ୍ରୀ ସଂସ୍କାରମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ନିୟମ ପାଳନରେ ଅସୁବିଧା କେଉଁଠି ରହୁଛି, ତାହା ଜାଣିବାକୁ ଗତବର୍ଷ ସେପ୍ଟେମ୍ବରରେ ପୁରୀ ଆସି ବିଭିନ୍ନ ପକ୍ଷ ସହ ଆଲୋଚନା କରିଥିଲେ ପୂର୍ବ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍। ସେ ହଠାତ୍‌ ଦାୟିତ୍ୱରୁ ଅବ୍ୟାହତି ନେଇଯିବାରୁ ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ନୂଆ ଆମିକସ୍ କ୍ୟୁରି ଭାବେ ସୁପ୍ରିମକୋର୍ଟ ନିଯୁକ୍ତି ଦେଇଥିଲେ।



from Odisha Reporter https://ift.tt/2EoVpmv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages