ଓଃ କି ଥଣ୍ଡା, ଆଖି ପିଛୁଳାକେ ବରଫ ପାଲଟୁଛି ଗରମ ପାଣି, ଚୁଟି ହେଇଯାଉଛି ଠିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ଓଃ କି ଥଣ୍ଡା, ଆଖି ପିଛୁଳାକେ ବରଫ ପାଲଟୁଛି ଗରମ ପାଣି, ଚୁଟି ହେଇଯାଉଛି ଠିଆ

ନୂଆଦିଲ୍ଲୀ: ଅଧିକ ଥଣ୍ଡା କାରଣରୁ ନଦୀ କିମ୍ବା ହ୍ରଦ ବରଫ ପାଲଟିଥିବା ଭଳି କିଛି ଘଟଣା ପୂର୍ବରୁ ମଧ୍ୟ ଦେଖିଥିବେ। କିନ୍ତୁ ଆମେ ଆପଣଙ୍କୁ ଆମେରିକାରେ ବର୍ତ୍ତମାନ ଚାଲିଥିବା ପ୍ରବଳ ଶୀତ ଲହରୀ ବାବଦରେ ଏମିତି କିଛି ଉଦାହରଣ ଦେଖାଇବୁ ଯାହାକୁ ଦେଖି ଆପଣ ମଧ୍ୟ ପଚାରିବେ, କ’ଣ ଏମିତି ଥଣ୍ଡା ବି ସମ୍ଭବ?

ଆଜ୍ଞା ହଁ ଏହି ପ୍ରଶ୍ନର ଉତ୍ତର ଆମେ କିଛି ସୋଶାଲ ମିଡିଆ ଭିଡିଓରୁ ପାଇଛୁ। ପବନରେ ହିଁ ଆଖି ପିଛୁଳାକେ ବରଫ ପାଲଟିଯାଉଛି ଗରମ ତରଳ ପଦାର୍ଥ।

ଆଇୱାରେ ଜଣେ ମହିଳାଙ୍କ ଚୁଟି ବରଫ ପାଲଟିଯାଇ ଠିଆ ହୋଇଯାଇଥିବାର ଏକ ଭିଡିଓ ଏବେ ବେଶ୍‌ ଚର୍ଚ୍ଚାରେ। ଚୁଟି ଏପରି ଠିଆ ହୋଇଯାଇଛି, ଦେଖିଲେ ଯେକେହି ଭାବିବ ଇଲେକ୍ଟ୍ରିକ୍‌ ସ୍ୱିଚ୍‌ର ବିଜ୍ଞାପନ ଶୁଟିଂ ହେଉଛି। ଏହାକୁ ଶେଷ ଖବର ସୁଦ୍ଧା ୧୬.୭ ଲକ୍ଷ ଲୋକ ଦେଖି ସାରିଲେଣି।


ସେହିଭଳି ଅନ୍ୟ ଏକ ପୋଷ୍ଟ ଆସିଛି ଯେଉଁଥିରେ ପାଇଖାନା କମୋଡ୍‌ ବରଫ ପାଲଟିଛି।

ତେବେ ସବୁଠାରୁ ମଜାଦାର ଭିଡିଓ ଆସିଛି ସିକାଗୋରୁ। ଜଣେ ବ୍ୟକ୍ତି ଏକ ପାତ୍ରରେ ଡହ ଡହ ଫୁଟୁଥିବା ଗରମ ପାଣି ନେଇ ବାହାରକୁ ବାହାରୁଛନ୍ତି। ପଦାକୁ ଆସି ଏସବୁକୁ ଉପରକୁ ଫୋପାଡ଼ୁଛନ୍ତି। ଏହି ପାଣି ସବୁ ଏତେ ଗରମ ଥାଇ ମଧ୍ୟ ଆଉ ମାଟିକୁ ଫେରି ପାରୁନାହିଁ। ଏହା ପୂର୍ବରୁ ହିଁ ଅର୍ଦ୍ଧବରଫ ପାଲଟି ତୁଷାର ଗୁଣ୍ଡ ହୋଇ ଝଡ଼ିଯାଉଛି ଏହି ପାଣିସବୁ।

ଦେଖନ୍ତୁ ସେହିଭଳି କିଛି ମଜାଦାର ଟ୍ୱିଟ୍‌।



from Odisha Reporter http://bit.ly/2UyKD26

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages