ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବାରେ ଜାଣିଶୁଣି ବିଳମ୍ବ କରାଯାଉଛି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବାରେ ଜାଣିଶୁଣି ବିଳମ୍ବ କରାଯାଉଛି: ଧର୍ମେନ୍ଦ୍ର

dharmendra-pradhan-123

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ପ୍ରସଙ୍ଗରେ ବିଲମ୍ବିତ ନ୍ୟାୟ, ନ୍ୟାୟ ନୁହେଁ ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୦୧୪ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ମିଛ ପ୍ରତିଶ୍ରୃତି ବୋଲି ପ୍ରମାଣିତ ହୋଇଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ କହିଲେ ବିଜେଡି ନେତାମାନେ କାହିଁକି ପ୍ରତିକ୍ରିୟା ଶୀଳ ହୋଇଯାଉଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ନବୀନ ନିବାସର ସରୋଜ ସାହୁଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ସମ୍ପର୍କ କ’ଣ? ବାରମ୍ବାର ବାରମ୍ବାର ପ୍ରଶ୍ନ ପଚାରିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀରବ କାହିଁକି? ଓଡ଼ିଶାବାସୀ ଚିଟଫଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଜଷ୍ଟିସ ଦାସ କମିଶନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ଓଡ଼ିଶାର ଚିଟଫଣ୍ଡ ମହାଦୁର୍ନୀତିର କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ସେମାନଙ୍କର କଷ୍ଟ ଅର୍ଜିତ ଅର୍ଥ ଫେରସ୍ତରେ ବିଳମ୍ବିତ ପ୍ରକ୍ରିୟା ପୁଣି ଆହୁରି ବିଳମ୍ବିତ ହେବା ନେଇ ସେ ଚିନ୍ତିତ ବୋଲି କହିଛନ୍ତି। ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ୨୦୧୩ ମସିହାରୁ ରାଜ୍ୟସରକାର ବିଶେଷ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଟଫଣ୍ଡ କ୍ଷତିଗ୍ରସ୍ତମାନଙ୍କୁ ସେମାନଙ୍କ ଜମାରାଶି ଫେରସ୍ତ କରିବାରେ ପ୍ରତିଶ୍ରୃତି ଦେଇ ଆସୁଛନ୍ତି। କ୍ଷତିଗ୍ରସ୍ତ ମାନଙ୍କୁ ସେମାନଙ୍କର ଜମାରାଶି ଫେରସ୍ତ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ସହ ହତାଶ ଜମାକାରୀମାନଙ୍କ ମନରେ ଅର୍ଥ ଫେରିପାଇବାର ଆଶା ସୃଷ୍ଟି କରିବାକୁ ଚେଷ୍ଠା କରିଥିଲେ ମୁଖ୍ୟମନ୍ତ୍ରୀ। ଶ୍ରୀ ପ୍ରଧାନ କହିଛନ୍ତି, ୨୦୧୪ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏବେ ମିଛ ପ୍ରତିଶ୍ରୁତି ବୋଲି ପ୍ରମାଣିତ ହୋଇଛି।

ଜଷ୍ଟିସ ଦାସ କମିଶନଙ୍କ କାର୍ଯ୍ୟକାଳ ଆଉ ୬ ମାସ ଗଡ଼ାଇବା ଆଳରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବାରେ ଜାଣିଶୁଣି ବିଳମ୍ବ କରାଯାଉଛି। କଥାରେ ଅଛି ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ରାଜ୍ୟସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ ଓ ନେତାମାନଙ୍କ ପୃଷ୍ଠପୋଷକତାରେ ସାଧାରଣ ଗରିବ ଓଡ଼ିଆଙ୍କ ଝାଳବୁହା ଅର୍ଥକୁ ଲୁଟ କରାଯାଇଛି। କ୍ଷତିଗ୍ରସ୍ତଙ୍କ ଅର୍ଥ ଫେରସ୍ତ ନେଇ ମୁଖ୍ୟମନ୍ତ୍ରୀ ଦୀର୍ଘ ଦିନରୁ ମିଛ କହିଆସୁଛନ୍ତି। ଏହା ଅଭିଯୋଗ ନୁହେଁ, ଏହା ପ୍ରମାଣିତ କଥା। ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ କହିଲେ ଶାସକ ଦଳର ବନ୍ଧୁମାନେ ଏତେ ପ୍ରତିକ୍ରିୟାଶୀଳ କାହିଁକି ହୋଇ ଉଠୁଛନ୍ତି? ମିଛକୁ ମିଛ କୁହାଯିବନି, ତ ଆଉ କ’ଣ କହିବା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।



from Odisha Reporter http://bit.ly/2S5Sg3y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages