ଛାତିଥରା କାଣ୍ଡ ପରେ, କାନ୍ଦିଲା ବଲିଉଡ୍‌, ସେଲିବ୍ରେଟି ଲେଖିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ଛାତିଥରା କାଣ୍ଡ ପରେ, କାନ୍ଦିଲା ବଲିଉଡ୍‌, ସେଲିବ୍ରେଟି ଲେଖିଲେ ଏମିତି କଥା

ମୁମ୍ୱାଇ: ଜମ୍ମୁ-କଶ୍ମୀରର ପୁଲୱାମାରେ ଗୁରୁବାର ଦ୍ୱିପ୍ରହରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ୍‌ ହୋଇଛନ୍ତି। ଏପରି ଏକ ଦୁଃଖପୂର୍ଣ୍ଣ ଘଟଣା ପାଇଁ ସାରା ଦେଶ ମ୍ରିୟମାଣ ହୋଇପଡିଛି। ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି।

ସୋଶାଲ ମିଡିଆରେ ସେଲିବ୍ରିଟିମାନେ ଆତଙ୍କବାଦ ବିରୋଧରେ ନିଜର କ୍ରୋଧକୁ ପରିପ୍ରକାଶ କରିଛନ୍ତି। ସଲମାନ୍‌ ଖାନ୍‌, ପ୍ରିୟଙ୍କା ଚୋପ୍ରା, ଅନୁପମ ଖେର୍‌, ଅକ୍ଷୟ କୁମାର, ଜାବେଦ୍‌ ଅଖତର୍‌, ବିକ୍କି କୌଶଲ୍‌, ହେମା ମାଳିନୀ, ଅଭିଷେକ ବଚ୍ଚନ, ଅକ୍ଷୟ କୁମାର, ସୁନିଲ୍‌ ଗ୍ରୋଭର୍‌, ମନୋଜ ବାଜପେୟୀ, ବରୁଣ୍‌ ଧାଊନ୍‌ ଓ ଅଜୟ ଦେବଗନ୍‌ ପ୍ରମୁଖ ସହିଦ୍‌ ଯବାନଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି।  ଆତଙ୍କବାଦୀଙ୍କ ଏହି ଘୃଣ୍ୟ କାର୍ଯ୍ୟକୁ ମଧ୍ୟ ଦୃଢ ନିନ୍ଦା କରିଛନ୍ତି।

ଆମିର୍‌ ଖାନ୍‌ ଏଭଳି ବର୍ବରୋଚିତ ଆକ୍ରମଣକୁ ଦୃଢ଼ ନିନ୍ଦା କରି ଲେଖିଛନ୍ତି, “ପୁଲୱାମାରେ ଆମ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଶୁଣି ମୁଁ ଶବ୍ଦହୀନ ହୋଇପଡ଼ିଛି। ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ଯବାନଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି।”

ସେହିପରି ପ୍ରିୟଙ୍କା ଚୋପ୍ରା କହିଛନ୍ତି, “ଏହି ଆକ୍ରମଣକୁ ମୁଁ ନିନ୍ଦା କରୁଛି। ଏହାକୁ ଶୁଣିବା ପରେ ମୁଁ ନିସ୍ତବ୍ଦ ହୋଇ ପଡ଼ିଛି। ଆହତ ଓ ସହିଦ୍‌ ଯବାନଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ।”

ଉରି ଫିଲ୍ମର ହିରୋ ବିକ୍କି କୌଶଲ୍‌ ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରି ଲେଖିଛନ୍ତି, “ସହିଦ୍‌ ସିଆର୍‌ପିଏଫ୍‌ ଯବାନଙ୍କ ପାଇଁ ମୋ ଆଖିରେ ଲୁହ ଆସି ଯାଉଛି ଏବଂ ଆହତ ଯବାନ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ମୁଁ କାମନା କରୁଛି।”

“ପୁଲୱାମା ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ମୁଁ ନିରାଶ। ସାହାସୀ ଯବାନଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି।” ଏମିତି ଲେଖିଛନ୍ତି ରଣବୀର୍‌ ସିଂହ ।

ସେହିପରି ଋଷି କପୁର୍‌ ଲେଖିଛନ୍ତି, “ଏପରି ଏକ ଲଜ୍ଜ୍ୟାଜନକ ଓ ଆଶ୍ଚର୍ଯ୍ୟ କରି ଦେଉଥିବା ଆକ୍ରମଣ କରିବା କାପୁରୁଷମାନଙ୍କର କାର୍ଯ୍ୟ। ଏହି ଜଘନ୍ୟ ଅପରାଧର ଅପରାଧୀ କେବେ ହେଲେ କଶ୍ମୀର ସହିତ ବନ୍ଧୁତା ସ୍ଥାପନ କରିପାରିବେ ନାହିଁ। ଆମେ ସହିଦ୍‌ ପରିବାରଙ୍କ ସହିତ ରହିଛୁ।”

ଜାବେଦ୍‌ ଅଖତର୍‌ ଲେଖିଛନ୍ତି, “ମୋର ସିଆର୍‌ପିଏଫ୍‌ ଯବାନ ସହିତ ବିଶେଷ ସମ୍ୱନ୍ଧ ରହିଥିଲା। ମୁଁ ସେମାନଙ୍କ ପାଇଁ ଜାତୀୟ ସଙ୍ଗୀତ ମଧ୍ୟ ଲେଖିଛି। କଲମକୁ କାଗଜ ଉପରେ ରଖିବା ପୂର୍ବରୁ ମୁଁ ଅନେକ ସିଆର୍‌ପିଏଫ୍‌ ଅଧିକାରୀଙ୍କ ସହିତ ସାକ୍ଷାତ କରିଥିଲି। ବୀର ଯବାନଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି।”

ଅନୁଷ୍କା ଶର୍ମା ଲେଖିଛନ୍ତି, “ପୁଲୱାମାରେ ଆମ ଭାରତୀୟ ଯବାନଙ୍କୁ ଆକ୍ରମଣ ବହୁତ ଦୁଃଖଦାୟକ ଘଟଣା। ମୁଁ ସହିଦ୍‌ ସୈନିକଙ୍କ ପରିବାର ଓ ପ୍ରିୟଜନଙ୍କୁ ସମବେଦନା ଜଣାଉଛି।”

ସେହିପରି କରନ୍‌ ଜୋହର୍‌ ଲେଖିଛନ୍ତି, “ମୋର ବିଚାର ଓ ପ୍ରାର୍ଥନା ପୁଲୱାମାରେ ସହିଦ୍‌ ହୋଇଥିବା ଯବାନଙ୍କ ପରିବାର ସହିତ ରହିଛି।”

ଅନୁପମ ଖେର୍‌ କହିଛନ୍ତି, “ପୁଲୱାମାରେ ହୋଇଥିବା ଭୀରୁତାପୂର୍ଣ୍ଣ କାର୍ଯ୍ୟ ପାଇଁ ମୁଁ ବହୁତ ଦୁଃଖୀ। ଯେଉଁ ପରିବାର ତାଙ୍କର ପୁଅ, ଭାଇ, ସ୍ୱାମୀ ଓ ବାପାଙ୍କୁ ହରାଇଛନ୍ତି ମୁଁ ମନରୁ ସେମାନଙ୍କୁ ସମବେଦନା ଜଣାଉଛି ଏବଂ ଆହତମାନେ ଶୀଘ୍ର ଠିକ୍‌ ହୋଇ ଯାଆନ୍ତି ପ୍ରାର୍ଥନା କରୁଛି।”

 



from Odisha Reporter http://bit.ly/2N4K8dR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages