ଦୁର୍ଘଟଣା ହାର କମାଇବ ସ୍ମାର୍ଟ ହେଲ୍‌ମେଟ୍ ଓ ଫୋଲଡିଂ ସ୍କୁଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ଦୁର୍ଘଟଣା ହାର କମାଇବ ସ୍ମାର୍ଟ ହେଲ୍‌ମେଟ୍ ଓ ଫୋଲଡିଂ ସ୍କୁଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଯାହାଦ୍ୱାରା ଅନେକ ଧନଜୀବନ ନଷ୍ଟ ହେଉଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। ତେବେ ବର୍ତ୍ତମାନ ସମୟରେ ଦୁର୍ଘଟଣାରେ ହେଉଥିବା ମୃତ୍ୟୁହାରକୁ କମାଇବା ପାଇଁ ଏକ ସ୍ମାର୍ଟ ହେଲମେଟ୍ ତିଆରି ହୋଇଛି। ୩ ବର୍ଷର ପ୍ରୟାସ ପରେ ସୁନ୍ଦରଗଡ଼ର ଜିଲ୍ଲାର ଜଣେ ବିଜ୍ଞାନ ଶିକ୍ଷକ ଏହି ସ୍ମାର୍ଟ ହେଲମେଟ୍ ତିଆରି କରିବାରେ ସଫଳ ହୋଇଛନ୍ତି। ସେହିପରି କଟକର ଜଣେ ବ୍ୟକ୍ତି ମଧ୍ୟ ସ୍ମାର୍ଟ ସ୍କୁଟର ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।

ସ୍ମାର୍ଟ ହେଲମେଟ୍‌ର ବିଶେଷତ୍ୱ ବହୁତ ରହିଛି। ଏହି ହେଲମେଟ୍ ନପିନ୍ଧିଲେ ଆପଣଙ୍କ ବାଇକ୍‌ ଷ୍ଟାର୍ଟ ହେବନି। ଯଦି ମଦ୍ୟ ପାନ କରିଛନ୍ତି, ତା’ହେଲେ ମଧ୍ୟ ବାଇକ୍ ଷ୍ଟାର୍ଟ ହେବନି। ଏହାସହ ଦୁର୍ଘଟଣା ଘଟିଲେ ଜିପିଏସ୍ ବ୍ୟବସ୍ଥାରେ ୧୬ ଜଣ ମୋବାଇଲକୁ ଦୁର୍ଘଟଣାସ୍ଥଳ ବିଷୟରେ ସୂଚନା ଆପେ ଆପେ ଚାଲିଯିବ। ଏଥିସହ ବାଇକ୍ ଚୋରି ଉଦ୍ୟମ ହେଲେ ସେନ୍ସର ବାଜି ଉଠିବ।

୩ ବର୍ଷର ଗବେଷଣା ପରେ ସୁନ୍ଦରଗଡ଼ ଜିଲ୍ଲା ସାହଜବାହାଲର ସଞ୍ଜୟ ନାଏକ ଏଭଳି ଏକ ଅଭିନବ ହେଲମେଟ୍ ତିଆରି କରିଛନ୍ତି। ସଞ୍ଜୟ ପେଶାରେ ଜଣେ ବିଜ୍ଞାନ ଶିକ୍ଷକ। ସଞ୍ଜୟଙ୍କ ଜଣେ ସମ୍ପର୍କୀୟଙ୍କ ଦୁର୍ଘଟଣାରେ ମୃତ୍ୟୁ ହେବାପରେ ସେ ଏହି ହେଲମେଟ୍ ପ୍ରସ୍ତୁତି ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏହି ହେଲମେଟ୍ ତିଆରି ପାଇଁ ମାତ୍ର ୪,୨୦୦ ଟଙ୍କା ଖର୍ଚ୍ଚ ହେଉଥିବା ସେ କହିଛନ୍ତି।

ସଞ୍ଜୟଙ୍କ ଏହି ସ୍ମାର୍ଟ ହେଲମେଟ୍‌କୁ ସୁନ୍ଦରଗଡ଼ ଏମ୍‌ଭିଆଇ ପ୍ରଶଂସା କରିଛନ୍ତି।

ସଞ୍ଜୟ ନାଏକ କହିଛନ୍ତି, “ବିନା ହେଲ୍‌ମେଟ୍‌ରେ ଅଧିକାଂଶ ଲୋକ ଗାଡ଼ି ଚଲାଉଛନ୍ତି। ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ସଂଖ୍ୟାକୁ କମ୍ କରିବା ପାଇଁ ମୁଁ ଏହି ହେଲ୍‌ମେଟ୍ ତିଆରି କରିଛି। ଏହି ହେଲମେଟ୍‌ରେ ଆଲକହଲ୍ ସେନ୍‌ସର ରହିଛି। ହେଲମେଟ୍ ସେନସର ରହିଛି। ଏଥିସହ ଆକ୍ସଟେଣ୍ଟ୍ ସେନସର ରହିଛି।”

smart1ସେହିପରି କଟକର ସନ୍ତୋଷ କୁମାର ଦଳେଇ ନାମକ ଜଣେ ବ୍ୟକ୍ତି ବ୍ୟାଟେରୀ ଚାଳିତ ସ୍କୁଟର ତିଆରି କରିଛନ୍ତି। ସେ ଏହି ସ୍କୁଟର ନାଁ ଦେଇଛନ୍ତି ଫୋଲଡିଂ ସ୍କୁଟର। ଏହାର ଓଜନ ମାତ୍ର ୧୫ କେଜି ରହିଛି। ଏହାକୁ ଫୋଲ୍ଡିଂ କରି ଅନ୍ୟ ସ୍ଥାନକୁ ନେଇ ହେବ। ସ୍କୁଟରଟି ସମ୍ପୂର୍ଣ୍ଣ ବ୍ୟାଟେରୀ ଚାଳିତ। ୨ ଘଣ୍ଟା ଚାର୍ଜ କଲେ ଏହା ୧୮ରୁ ୨୦ କିଲୋମିଟର ଚାଲିବ।

ସନ୍ତୋଷ ଅନ୍‌ଲାଇନ୍‌ରେ ମୋଟର ଓ ଚକ କିଣି ସାଇକେଲ, ବାଇକ ଓ ଟ୍ରଲି ରିକ୍ସାର କିଛି ସାମଗ୍ରୀ ବ୍ୟବହାର କରି ଏହି ସ୍କୁଟର ତିଆରି କରିଛନ୍ତି। ରାଜ୍ୟ ନୌବାଣିଜ୍ୟ  ସଂଗ୍ରହାଳୟରେ କାର୍ଯ୍ୟ କରୁଥିବା ସନ୍ତୋଷଙ୍କ କାର୍ଯ୍ୟକୁ ତାଙ୍କ ସହକର୍ମଚାରୀ ପ୍ରଶଂସା କରିଛନ୍ତି।

ସନ୍ତୋଷ କହିଛନ୍ତି, “ଏକ ହ୍ୟାଣ୍ଡି ଜିନିଷ ତିଆରି କରିବା ପାଇଁ ମୁଁ ଚିନ୍ତା କରିଥିଲି। ଯାହାକୁ ମୁଁ ବସ୍‌ରେ ନେବା ଆଣିବା କରିପାରିବି। ଏହା ଅଟୋ ଚାର୍ଜରେ କେମିତି ଚାଲି ପାରିବ ସେ ନେଇ ଚିନ୍ତା କରୁଛି। ଅଟୋ ଚାର୍ଜରେ ଏହା ପୂରା ଚାର୍ଜ ହୋଇ ନପାରିଲେ ବି ୨୦ରୁ ୨୫ କିଲୋମିଟର ଯିବା ଭଳି ଯେମିତି ହୋଇପାରିବ ସେନେଇ ପ୍ଲାନ୍



from Odisha Reporter http://bit.ly/2SCibzk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages