ହରଭଜନ ବାଛିଲେ ବିଶ୍ୱକପ୍‌ ଟିମ୍‌, ଜାଣନ୍ତୁ ରହିଲେ କିଏ କିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ହରଭଜନ ବାଛିଲେ ବିଶ୍ୱକପ୍‌ ଟିମ୍‌, ଜାଣନ୍ତୁ ରହିଲେ କିଏ କିଏ

ନୂଆଦିଲ୍ଲୀ: ଆସନ୍ତା ବିଶ୍ୱକପ୍‌ ପାଇଁ ୧୫ ଜଣିଆ ସ୍କ୍ୱାଡ ବାଛିବାକୁ ବିସିସିଆଇର ଚୟନ କମିଟି ଏବଂ ଟିମ୍‌ ମ୍ୟାନେଜମେଣ୍ଟ କସରତ କରୁଥିବା ବେଳେ ଆଜି ଭେଟରାନ ସ୍ପିନର ହରଭଜନ ସିଂହ (ଭଜି) ତାଙ୍କ ପସନ୍ଦର ୧୫ ଜଣିଆ ସ୍କ୍ୱାଡ୍‌ ବାଛିଛନ୍ତି। ଏହି ୧୫ ଜଣ ଖେଳାଳି ବିଶ୍ୱକପ୍‌ ଖେଳିବାକୁ ଇଂଲଣ୍ଡ ଯିବା ଦରକାର ବୋଲି ଭଜି କହିଛନ୍ତି।

ହରଭଜନ ସିଂହ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ସିରିଜ୍‌ ଖେଳିଥିବା ଅଧିକାଂଶ ଖେଳାଳିଙ୍କ ସହ ଉମେଶ ଯାଦବ ଓ ରବୀନ୍ଦ୍ର ଜାଡେଜା ମଧ୍ୟ ବିଶ୍ୱକପ୍‌ ଟିମ୍‌ରେ ରହିବା ଦରକାର ବୋଲି କହିଛନ୍ତି। ସେହିପରି ବିଶ୍ୱକପ୍‌ରେ ଅଲରାଉଣ୍ଡ ବିଜୟ ଶଙ୍କର ସୁଯୋଗ ପାଇଲେ, ଆଗାମୀ ଦିନରେ ଏହା ଭାରତୀୟ କ୍ରିକେଟ ପାଇଁ ମଙ୍ଗଳଦାୟକ ହେବ ବୋଲି ଭଜି କହିଛନ୍ତି।

ତାଙ୍କ ମତରେ ବିଶ୍ୱକପ୍‌ ବେଳେ ଇଂଲଣ୍ଡ ପରିବେଶ ବେଶ ଗରମ ଓ ସେଠାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ତେଣୁ ଏପରି ସ୍ଥିତିରେ ରବୀନ୍ଦ୍ର ଜାଡେଜା ଦଳ ପାଇଁ ସଫଳ ସାବ୍ୟସ୍ତ ହୋଇପାରିବେ।

ଭଜି କହିଛନ୍ତି, “୨୦୧୭ ଚାମ୍ପିୟନସ ଟ୍ରଫି କଥା ସମସ୍ତଙ୍କର ମନେଥିବ। ସେତେବେଳେ ଇଂଲଣ୍ଡରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଥିଲା। ବିଶ୍ୱକପ୍‌ ବେଳେ ମଧ୍ୟ ସମାନ ପରିବେଶ ରହିଲେ ଜାଡେଜା ଏକ ସୁନ୍ଦର ପ୍ୟାକେଜ ଭାବେ ବ୍ୟବହୃତ ହୋଇପାରିବେ। ଯଦି ପ୍ରତିପକ୍ଷ ଦଳ ପାଖରେ ୫ରୁ ୬ ଜଣ ଡାହାଣ ହାତୀ ବ୍ୟାଟସ୍‌ମ୍ୟାନ୍‌ ରହୁଛନ୍ତି, ତା’ହେଲେ ଜାଡେଜା ସେମାନଙ୍କୁ ଅଡ଼ୁଆରେ ପକାଇ ପାରିବେ। ଜାଡେଜା ବୋଲିଂ ସହ ଭଲ ବ୍ୟାଟିଂ ଏବଂ ଫିଲ୍ଡିଂ ମଧ୍ୟ କରିବେ।”

ଭଜିଙ୍କ ସମ୍ଭାବ୍ୟ ୧୫ ଜଣିଆ ସ୍କ୍ୱାଡ୍‌: ରୋହିତ ଶର୍ମା, ଶିଖର ଧୱନ, ବିରାଟ କୋହଲି, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜଭେନ୍ଦର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଦୀନେଶ କାର୍ତ୍ତିକ, ଉମେଶ ଯାଦବ ଓ ବିଜୟ ଶଙ୍କର। ଏବଂ ସମ୍ଭବତଃ ରବୀନ୍ଦ୍ର ଜାଡେଜା।



from Odisha Reporter http://bit.ly/2TKSwll

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages