
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନରେ ମନ ମିଶିଲା ପରେ, ମନର ମଣିଷକୁ ଛାତିରେ ଧରି ରଖିବାକୁ ଭାରି ଇଚ୍ଛା ହୁଏ ନା ! ତାଙ୍କୁ ଆଲିଙ୍ଗନ କରିବାର ଯେଉଁ ନୈସର୍ଗିକ ସୁଖ ଅନୁଭବ ହୁଏ ସେ କଥା କେବଳ ଭଲ ପାଉଥିବା ଲୋକଟି ହିଁ କହିପାରିବ। ବିଜ୍ଞାନ କୁହେଁ ଆମ ଛାତିରେ ବାମପଟେ ରହିଛି ହୃଦୟ। ମନ ଦିଆନିଆ, ପ୍ରେମ ଆଉ ଭଲ ପାଇବାର କିଶଳୟ ଏଇଠି ତ ଫୁଟେ। ସାମ୍ନାରେ ଇପ୍ସିତ ମଣିଷଟିକୁ ଦେଖ୍ ହୃଦୟର ବେଗ ବଢେ, ତାକୁ ନିଜର କରି ନେବାକୁ । ଆଉ ସେମିତି କିଛି ଭାବନା ପାଇଁ ଆଜିର ଦିନଟି। ଆମ ଭାଷାରେ ‘ଆଲିଙ୍ଗନ’ ଆଉ ତାଙ୍କ ଭାଷାରେ ‘ହଗ୍-ଡେ’।
ଆପଣ ମୁନ୍ନାଭାଇ ଏମ୍ବିବିଏସ୍ ଦେଖିଥିବେ ନିଶ୍ଚୟ । ତେଣୁ ଆଉ ଡେରି ନ କରି ମନର ମଣିଷକୁ ପ୍ୟାର୍ କି ଝପ୍ପି ଦିଅନ୍ତୁ। ଦେଖିବେ ତାଙ୍କ ମୁହଁର ହସ ଆପଣଙ୍କୁ ଢେର ସାରା ଖୁସି ଦେବ।
ଆମ କହିବାର ଅର୍ଥ ଆପଣ ନିଶ୍ଚିତ ବୁଝିପାରୁଥିବେ। ଆମେ କହିଥିବା କଥାଟି ଆଉ ଅନୁଭବକୁ ଆପଣ ହୁଏତ ଆପଣ ଆପଣଙ୍କ ବୟଫ୍ରେଣ୍ଡ୍ କିମ୍ବା ଗର୍ଲ ଫ୍ରେଣ୍ଡ୍ଙ୍କ ସହ ଶେଆର କରି ସାରିବେଣି। ଆଉ ସେଇଥିପାଇଁ ଆପଣଙ୍କୁ ଆମ ତରଫରୁ ଢେର ସାରା ଶୁଭେଚ୍ଛା। ଈଶ୍ୱର କରନ୍ତୁ ଏଇ ବସନ୍ତରେ ଆପଣଙ୍କ ପ୍ରେମ ଢେରସାରା ରଙ୍ଗରେ ରଙ୍ଗୀନ୍ ହୋଇଯାଉ।
ଆଜି ନିଶ୍ଚିତ ଭାବେ ପ୍ରେମୀଯୁଗଳ ପରସ୍ପରକୁ ହଗ୍ କରିବେ। ସତରେ ଏହା ଏକ ନିଆରା ଅନୁଭୂତି। ପ୍ରେମର ଉତ୍ସବର ଆଜି ହେଉଛି ୬ଷ୍ଠ ଦିନ। ତେବେ ଆଜି ଦିନକୁ ହାତ ଛଡ଼ା ନ କରି ନିଶ୍ଚିତ ନିଜ ଭ୍ୟାଲେଣ୍ଟାଇନ୍ଙ୍କୁ ଆଲିଙ୍ଗନ କରନ୍ତୁ।
ହଗ୍ ଡେ’, ଖାଲି ପ୍ରେମୀ ଯୁଗଳଙ୍କ ପାଇଁ ମାଇନା ରଖେ ତା ନୁହେଁ, ବରଂ ପାରୁଛନ୍ତି ଯଦି ସଂସାରରେ ସବୁଠାରୁ ଯାହାକୁ ଅଧିକ ଆପଣ ଭଲ ପାଆନ୍ତି ତାଙ୍କୁ ଥରେ ଆଲିଙ୍ଗନ କରନ୍ତୁ। ବାପା, ମା’ ହୁଅନ୍ତୁ କି ବନ୍ଧୁ। ନିଜର ବୋଲି ହୃଦୟରୁ ଯାହାକୁ ଭାବୁଛନ୍ତି ତାଙ୍କୁ କୋଳାଇ ନେବାର ବି ଅପାର ଆନନ୍ଦ ଅଛି। ଆଲିଙ୍ଗନ କରିବାଦ୍ୱାରା ସମ୍ପର୍କ ଦୃଢ ହୋଇଥାଏ। ଆଉ ଜାଣିଛନ୍ତି ଏହା କେବଳ ପ୍ରେମ ସମ୍ପର୍କକୁ ମଜବୁତ୍ କରି ନ ଥାଏ, ବରଂ ଅନେକ ରୋଗରୁ ବି ମୁକ୍ତି ଦେଇଥାଏ।
from Odisha Reporter http://bit.ly/2I890T6
No comments:
Post a Comment