ଜ୍ୱର ଭଲ ନ ହେବାରୁ ପାଞ୍ଚ ମାସର ଶିଶୁକୁ ଦେଲେ ଚେଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଜ୍ୱର ଭଲ ନ ହେବାରୁ ପାଞ୍ଚ ମାସର ଶିଶୁକୁ ଦେଲେ ଚେଙ୍କ

chenk8888

ରାଉରକେଲା (ପବନ ତିୱାରୀ): ଯେତେ ଯାହା କଲେ ମଧ୍ୟ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଯାଉନି। କେତେବେଳେ ଗୁଣି ଗାରେଡ଼ି ସନ୍ଦେହରେ କାହାକୁ ମାରି ଦିଆଯାଉଛି ତ ଆଉ କେତେବେଳେ ରୋଗ ଭଲ ହେବା ପାଇଁ ଚେଙ୍କ ଦିଆଯାଉଛି। ଲୋକଙ୍କ ମନରୁ ଏଭଳି ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସରକାରୀ ଓ ବେସକାରୀ ସ୍ତରରେ ସଚେତନ କରାଯାଉଥିଲେ ହେଁ ଏହା ଶତପ୍ରତିଶତ ଫଳପ୍ରଦ ହୋଇପାରି ନାହିଁ। ସେଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ସମୟରେ ଛୋଟ ଛୁଆଙ୍କୁ ରୋଗମୁକ୍ତ କରିବା ପାଇଁ ଚେଙ୍କ ଦିଆଯାଉଥିବା ଭଳି ଖବର ଆସୁଛି। ଏଭଳି ଏକ ଖବର ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି।

ଜିଲ୍ଲାର କୋଇଡ଼ା ଅଞ୍ଚଳରେ ଜଣେ ଶିଶୁ କନ୍ୟାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଜ୍ୱର ଭଲ ନ ହେବାରୁ ଶିଶୁଟିକୁ ଚେଙ୍କ ଦିଆଯାଇଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା ଶିଶୁଟି ଜ୍ୱରରେ ପୀଡ଼ିତ ଥିଲା।

ପାଞ୍ଚ ମାସର ଏହି ଶିଶୁକନ୍ୟାର ପେଟରେ ୭ଟି ଚେଙ୍କ ଦିଆଯାଇଛି। ଚେଙ୍କ ଦେବା ପରେ ତା’ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ତେଣୁ ଗତକାଲି ରାତିରେ ତାକୁ କୋଇଡ଼ାରୁ ଅଣାଯାଇ ରାଉରକେଲା ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଶିଶୁଟି ଏବେ ଆର୍‌ଜିଏଚ୍‌ରେ ଚିକିତ୍ସିତ ହେଉଛି। ତା’ ଅବସ୍ଥା ଏତେ ଭଲ ନଥିବା ଡାକ୍ତର କହିଛନ୍ତି।



from Odisha Reporter https://ift.tt/2U7H0At

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages