ଦୁର୍ନୀତିର ଅୟସରେ ପ୍ରଶାସନ, ଯୋଦ୍ଧାଙ୍କୁ ଦିଆଯାଉଛି ପୁରୁଣା ମେସିନ୍‌: ମୃତ ପାଇଲଟ୍‌ ସମୀର ଆବ୍ରଲଙ୍କ ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଦୁର୍ନୀତିର ଅୟସରେ ପ୍ରଶାସନ, ଯୋଦ୍ଧାଙ୍କୁ ଦିଆଯାଉଛି ପୁରୁଣା ମେସିନ୍‌: ମୃତ ପାଇଲଟ୍‌ ସମୀର ଆବ୍ରଲଙ୍କ ଭାଇ

ନୂଆଦିଲ୍ଲୀ: ଗତ କିଛିଦିନ ତଳେ ମଝି ଆକାଶରେ ଧ୍ୱଂସ ପାଇଗଲା ଆଇଏଏଫ୍‌ ମାଇରେଜ୍‌ ୨୦୦୦ ଟିଆଇ ଏୟାରକ୍ରାଫ୍ଟ। ଏଥିରେ ୨ ଜଣ ସ୍କ୍ୱାର୍ଡନ୍‌ ଲିଡର ସିଦ୍ଧାର୍ଥ ନେଗୀ ଏବଂ ସମୀର ଆବ୍ରଲଙ୍କ ଜୀବନ ଯାଇଥିଲା। ତେବେ ବେଙ୍ଗାଲୁରସ୍ଥିତ ହାଲ୍‌ ବିମାନ ବନ୍ଦର ନିକଟରେ ଏଭଳି ଘଟଣାରେ ମୃତ ସମୀରଙ୍କ ଭାଇ ସୁଶାନ୍ତ ଆବ୍ରଲଙ୍କ ଏକ ଫେସବୁକ୍‌ ପୋଷ୍ଟ ଏବେ ସମସ୍ତଙ୍କ ଲୁହ ଝରାଉଛି।

ଏହି ଘଟଣାରେ ସମଗ୍ର ଦେଶ ଶୋକ ମନାଉଥିବାବେଳେ ସୁଶାନ୍ତ ନିଜର କବିତା ବାବଦରେ ପାଇଲଟଙ୍କ ବିପଦପୂର୍ଣ୍ଣ ଜୀବନ ବାବଦରେ ଏକ ଅକୁହା କାହାଣି କହିଛନ୍ତି ଏବଂ ଅଦେଖା ଚିତ୍ର ଆଙ୍କିଛନ୍ତି। ସେ କହିବାକୁ ଚାହିଁଛନ୍ତି ପ୍ରଶାସନ ଓ ସରକାର ଦୁର୍ନୀତିରେ ମସଗୁଲ ଥିବାବେଳେ ଦେଶର ଯୋଦ୍ଧା ପାଇଲଟଙ୍କୁ ବିପଦ ଶଙ୍କୁଳ ଭାବରେ ଛାଡ଼ିଦିଆଯାଉଛି।

ତାଙ୍କ କବିତାର ପ୍ରଥମ ଧାଡ଼ି ଥିଲା, “ଆକାଶରୁ ସେ ତଳେ ପଡ଼ିଲା ଭାଙ୍ଗିଯାଇଥିବା ମେରୁଦଣ୍ଡ ସହିତ, କେବଳ ତଳେ ପଡ଼ିରହିଥିଲା ଗୋଟିଏ ବ୍ଲାକ୍‌ ବକ୍ସ ।”

ଆମ ଯୋଦ୍ଧାଙ୍କୁ ପୁରୁଣାକାଳିଆ ମେସିନ୍‌ ଦିଆଯାଉଥିବା ସତ୍ତ୍ୱେ ସେମାନେ ସାହସିକତାର ସହିତ ଲଢ଼ି ଆସୁଛନ୍ତି ବୋଲି ଏହି କବିତାରେ ସେ କହିବାକୁ ଚାହିଁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସେ ବିସ୍ଫୋରଣ ପରେ ବି ଠିକ୍‌ଠାକ୍‌ ଥିଲା, ଯେପର୍ଯ୍ୟନ୍ତ ପାରାଚୁଟ୍‌ରେ ନିଆଁ ଲାଗିନଥିଲା।



from Odisha Reporter http://bit.ly/2I0b8MC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages