ଛିଣ୍ଡୁନି ରିୟଲ ଇଷ୍ଟେଟ୍ ଟିକସ ମାମଲା, ରବିବାର ହୋଇପାରେ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଛିଣ୍ଡୁନି ରିୟଲ ଇଷ୍ଟେଟ୍ ଟିକସ ମାମଲା, ରବିବାର ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ରିୟଲ୍ ଇଷ୍ଟେଟ୍ କ୍ଷେତ୍ରକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର କେଉଁ ଥାକରେ ରଖାଯିବ ତାହା ଏ ଯାଏ ସ୍ଥିର ହୋଇ ପାରିନାହିଁ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦ ବୈଠକ ବସିଥିବା ବେଳେ ଏ ସମ୍ପର୍କିତ ନିଷ୍ପତ୍ତି ହେବ ବୋଲି ଆଶା କରାଯାଉଥିଲା।
କିନ୍ତୁ ଏଥିରେ କୌଣସି ନିଷ୍ପତ୍ତି ନିଆଯାଇ ପାରିଲାନାହିଁ। ବୈଠକ ପରେ ଜେଟ୍‌ଲୀ କହିଛନ୍ତି ରିୟଲ ଇଷ୍ଟେଟ୍‌ ଏବଂ ଲଟେରି ଉପରେ କେତେ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ ତାହା ଆସନ୍ତା ରବିବାର ହେବାକୁଥିବା ବୈଠକରେ ନିଷ୍ପତ୍ତି ନିଆଯିବ।

ସେହିପରି ଜିଏସ୍‌ଟିଆର୍‌-୩ବିରେ ବିକ୍ରି ରିଟର୍ନ ଫାଇଲ୍‌ କରିବା ସକାଶେ ଫେବୃୟାରୀ ୨୦ ଡେଡଲାଇନ୍ ଥିବା ବେଳେ ଏହାକୁ ଆଉ ଦୁଇଦିନ ବୃଦ୍ଧି କରାଯାଇଛି। ସେହିପରି ଜମ୍ମୁ-କଶ୍ମୀର ପାଇଁ ଏହାକୁ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।



from Odisha Reporter https://ift.tt/2tx3JKz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages