
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ନେଇ ଜାତୀୟ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳର ସମୀକ୍ଷା ଚାଲିଛି। ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ନିର୍ବାଚନ କମିଶନଙ୍କ ୬ଜଣିଆ ଟିମ୍ ଆଜି ପ୍ରଥମ ଦିନରେ ଭୁବନେଶ୍ୱରରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୀକ୍ଷା ବୈଠକରେ କଂଗ୍ରେସ, ବିଜେପି, ବିଜେଡି, ସିପିଆଇ ସମେତ ଅନ୍ୟ ଦଳର ପ୍ରତିନିଧି ସାମିଲ ହୋଇ ନିଜ ନିଜର ପକ୍ଷ ରଖିବା ସହ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି।
ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧି ଦଳ କେନ୍ଦ୍ର ଓ ରାଜ୍ୟର ସରକାରୀ କଳ ଅପବ୍ୟବହାର ନେଇ ଜଣାଇଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ EVM, VVPAT ବ୍ୟବହାର ନେଇ ଭୋଟରଙ୍କୁ ଅବଗତ ସମ୍ପର୍କରେ ପ୍ରସ୍ତାବ ଦେଇଥିବା ନରସିଂହ କହିଛନ୍ତି।
ସେହିପରି ECI ଟିମ୍ ସହ ଆଲୋଚନା କରି ସରକାରୀ କଳର ଅପବ୍ୟବହାର ନେଇ ଅବଗତ କରିଥିବା ବିଜେପି କହିଛି। BJP ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି,“ ଶାସକ ଦଳ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରୁଥିବା ଅଭିଯୋଗ କରିଛୁ। ବିଜୁ ଯୁବ ବାହିନୀକୁ କିପରି ଗୁଣ୍ଡା ବାହିନୀ କରାଯାଉଛି। ଏଥିସହ ରାଜନୈତିକ ହିଂସା, ସମ୍ବେଦନଶୀଳ ବୁଥ୍ ସଂପର୍କରେ ଆମେ ଅବଗତ କରିଛୁ।” ଅନ୍ୟପକ୍ଷରେ BJPର ହିଂସାକଣ୍ଡକୁ ରୋକିବାକୁ ECIକୁ ପ୍ରସ୍ତାବ ଦିଆଯାଇଥିବା ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି।
ସେ କହିଛନ୍ତି,“ ବିଜେପୁର ଉପନିର୍ବାଚନ ବେଳେ BJPର ହିଂସାକାଣ୍ଡ କଥା ଉଠାଇଲୁ। ସାଂପ୍ରଦାୟିକ ଉତ୍ତେଜନାପ୍ରବଣ ଜାଗା ଚିହ୍ନଟ ପାଇଁ ମଧ୍ୟ ଜଣାଇଛୁ। ସୋଶାଲ ମିଡିଆରେ ନେତାଙ୍କ ଚରିତ୍ର ସଂହାର ରୋକିବାକୁ କହିଛୁ।
ଷ୍ଟାର କ୍ୟାମ୍ପେନରଙ୍କ ସହ ଅନ୍ୟ ନେତାଙ୍କ ଖର୍ଚ୍ଚ ଯୋଡ଼ିବାକୁ କୁହାଯାଇଛି ବୋଲି ସେ କହିଛନ୍ତି। ECI ଟିମକୁ ଭେଟିବା ପରେ CPI ନେତା ନାରାୟଣ ରେଡ୍ଡୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଇଭିଏମ୍ ବଦଳରେ ବାଲଟ୍ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଲୁ। ବିଜେପି ଓ ବିଜେଡିର ବିଭିନ୍ନ ବାହିନୀ ବନ୍ଦ କରିବାକୁ ଦାବି କଲୁ ବୋଲି ସେ କହିଛନ୍ତି।
from Odisha Reporter http://bit.ly/2US93nA
No comments:
Post a Comment