ଦୁଃଖ ମାରି ସୁଖ ଦିଏ ଚୁମ୍ବନ: ପଢ଼ନ୍ତୁ କେତେ ପ୍ରକାର, କେଉଁଠି ଦିଆଯାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଦୁଃଖ ମାରି ସୁଖ ଦିଏ ଚୁମ୍ବନ: ପଢ଼ନ୍ତୁ କେତେ ପ୍ରକାର, କେଉଁଠି ଦିଆଯାଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚାଲିଛି ପ୍ରେମ ସପ୍ତାହ। କାହା ପାଇଁ ହୁଏତ ଏହି ସପ୍ତାହଟି ସାଧାରଣ ହୋଇପାରେ। କିନ୍ତୁ ପ୍ରେମୀଯୁଗଳଙ୍କ ପାଇଁ ଏହି ଦିନ ଗୁଡ଼ିକ ସ୍ମରଣୀୟ ଦିବସ। ବିଶେଷ କରି ପ୍ରେମର ଏହି ସପ୍ତାହକୁ ଅଭୁଲା ଓ ସ୍ମରଣୀୟ କରିବାକୁ ଲାଗିପଡ଼ିଛନ୍ତି କଲେଜ ପଢ଼ୁଆ ଯୁବପିଢ଼ି। ପରସ୍ପରକୁ ହୃଦୟ ଦେଇ ଭଲ ପାଉଥିବା ପ୍ରେମୀଯୁଗଳଙ୍କ ଏହି ସପ୍ତାହଟି ବେଶ ଖାସ୍‌। ରୋଜ୍‌ ଡେରୁ ଆରମ୍ଭ ହେଉଥିବା ଏହି ସପ୍ତାହ ଭାଲେଣ୍ଟାଇନ୍ଡରେ ଶେଷ ହେଉଥିବା ବେଳେ ଆଜି ହେଉଛି କିସ୍‌ ଡେ। ପ୍ରେମର ସପ୍ତାହରେ ପ୍ରେମ ରାଇଜରେ ଉଡ଼ିବୁଲୁଥିବା ପ୍ରେମପକ୍ଷୀଙ୍କ ପାଇଁ ଏହି କିସ୍‌ ଡେ’ଟି ଭାରି ନିଆରା। କିସ୍‌ ଯାହାକୁ ଓଡ଼ିଆରେ ଚୁମ୍ବନ ବୋଲି କୁହାଯାଇଥାଏ।

ନିଜ ଭାବକୁ ଅଭିବ୍ୟକ୍ତିର ଏକ ମାଧ୍ୟମ ହେଉଛି ଏହି ଚୁମ୍ବନ। ଚୁମ୍ବନ ପ୍ରତି ଲୋକଙ୍କ ଧାରଣା ନକାରାତ୍ମକ ହୋଇଥିଲେ ବି ବାସ୍ତବରେ ଏହା ପ୍ରକୃତିର ଏକ ଅଂଶ। କେବଳ ସଂପର୍କ ମଜ୍‌ଭୁତ୍‌ ନୁହେଁ, ଚୁମ୍ବନ ଉଭୟ ମାନସିକ ଓ ଶାରୀରିକ ଭାବେ ବ୍ୟକ୍ତିକୁ ସୁସ୍ଥ ରଖେ। ତେବେ ଆଜିର କିସ୍‌ ଡେ ଅବସରରେ ଚାଲନ୍ତୁ ଜାଣିବା ଚୁମ୍ବନ କେତେ ପ୍ରକାର ଓ ଏହାର କିଛି ବ୍ୟବହାରିକ ଗୁଣ ସମ୍ପର୍କରେ।

ମଥାରେ କିସ୍‌: କୌଣସି ସମ୍ପର୍କ ଆରମ୍ଭ ହେଉଥିଲେ ଆପଣ ନିଜ ସାଥୀଙ୍କ କପାଳରେ କିସ୍‌ କରି ପ୍ରେମର ପ୍ରଥମ ପାହାଚରେ ପାଦ ଥାପିପାରିବେ।

ହାତରେ କିସ୍‌: ଆପଣ ସାଥୀର ପାପୁଲିର ପଛପଟେ ଶ୍ରଦ୍ଧାର ସହ କିସ୍‌ କରିବା ଖୁବ୍‌ ଖାସ୍‌ ହୋଇଥାଏ। ଏହି ମିଳନରୁ ହିଁ ଆପଣଙ୍କ ମଧ୍ୟରେ ଅନ୍ତରଙ୍ଗତା ବୃଦ୍ଧି ପାଇଥାଏ।

ଏକ୍ସିମୋ କିସ୍‌: ଏଥିରେ ଦୁଇ ପ୍ରେମପକ୍ଷୀ ନାକକୁ ନାକ ଲଗାଇ କିଛି ମୂହୂର୍ତ୍ତ ପାଇଁ ମଜା ନେଇଥାନ୍ତି। ବିଶେଷକରି ଥଣ୍ଡା ଅଞ୍ଚଳରେ ବାଷ କରୁଥିବା ମଣିଷଙ୍କ ମଧ୍ୟରେ ଏମିତି ପ୍ରବୃତ୍ତି ଆସିଥାଏ। ବେଳେ ବେଳେ ମା, ବାପା ମଧ୍ୟ ପିଲାଙ୍କ ନାକ ସହ ନାକ ଲଗାଇ ନିଜ ସ୍ନେହ ଶ୍ରଦ୍ଧାକୁ ଜାହିର କରିଥାନ୍ତି।

ସିଙ୍ଗଲ୍‌ ଲିପ୍‌ କିସ୍‌: ଏମିତି ଅନୁଭୂତି ନେବାକୁ ଚାହୁଁଥିଲେ ଆପଣ ନିଜ ପ୍ରେମପକ୍ଷୀଙ୍କ ଓଠର ଉପର କିମ୍ବା ନିମ୍ନଭାଗରେ କିସ୍‌ କରିପାରିବେ। ନିଜ ସାଥୀଙ୍କ ପ୍ରତି ଆପଣ କେତେ ଆକୃଷ୍ଟ ହୁଅନ୍ତି ତାହା ଏହି କିସ୍‌ରୁ ହିଁ ଜଣାପଡ଼ିଥାଏ।

କାନରେ କିସ୍‌: ଶରୀରର କାନ ହେଉଛି ଏକ ସମ୍ବେଦନଶୀଳ ଅଂଶ। କାନକୁ କିସ୍‌ କରିବାରେ ଏକ ଭିନ୍ନ ମଜା ରହିଥାଏ। କାନରେ କିସ୍‌ କଲେ କେହିବି ଶୀଘ୍ର ଉତ୍ତେଜିତ ହୋଇପାରେ। ଏଥିରେ ଆପଣ ନିଜ ସାଥୀର କାନର ନିମ୍ନଭାଗରେ ହିଁ କିସ୍‌ କରି ପ୍ରେମକୁ ଜାହିର କରିପାରିବେ।

ବଟରଫ୍ଲାଇ କିସ୍‌: ଯେବେ ଦୁଇଜଣ ପ୍ରେମ ଯୋଡ଼ି ଏକାଠି କିଛି ସମୟ କଟାଇବା ପରେ ପରସ୍ପର ଅଲଗା ହୁଅନ୍ତି, ଠିକ୍ ସେହି ସମୟରେ କିଛି ଦୂରରେ ଥାଇ ପରସ୍ପରକୁ ବଟରଫ୍ଲାଇ କିସ୍‌ ଦେଇଥାନ୍ତି। ଏହା ଉଭୟଙ୍କ ମଧ୍ୟରେ ପ୍ରେମର ନିବିଡ଼ତାକୁ ଦର୍ଶାଇଥାଏ।

ଲିପ୍‌ଲକ୍‌: ସାଥୀର ଓଠ ଉପରେ ଓଠ ଲଗାଇ କିସ୍‌ କରିବାକୁ ଲିପ୍‌ଲକ୍‌ କୁହାଯାଇଥାଏ। ଏଥିରେ ଉଭୟ ସମ୍ମୁଖ ଭାଗକୁ ଆସିଯାଇଥାନ୍ତି। ଏଥିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଓ ଭଲପାଇବା ଅଧିକ ମଜଭୁତ ହୋଇଥାଏ।

ବନ୍ଦ ଆଖିରେ କିସ୍‌: ଏଥିରେ ଆପଣ ଉଭୟେ ଆଖିକୁ ବନ୍ଦ କରି ପରସ୍ପରକୁ ଚୁମ୍ବନ କରିପାରିବେ।

ବାଇଟ୍‌: ଏଥିରେ ଆପଣ ସାଥୀଙ୍କର ଗାଲ ଏବଂ ଓଠକୁ ଅତି ନରମ ସ୍ପର୍ଷ କରି କାମୁଡ଼ିବାକୁ ବାଇଟ୍‌ କିସ୍‌ କୁହାଯାଇଥାଏ।



from Odisha Reporter http://bit.ly/2DAuXEU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages