ସିବିଆଇ ମାମଲାରେ ମମତାଙ୍କୁ ସହଯୋଗ କରିବେ ନବୀନ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ସିବିଆଇ ମାମଲାରେ ମମତାଙ୍କୁ ସହଯୋଗ କରିବେ ନବୀନ !

ନୂଆଦିଲ୍ଲୀ: ସିବିଆଇକୁ ନେଇ ସୃଷ୍ଟି ହୋଇଥିବା ବିବାଦୀୟ ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଦେବେ। ଆଜି ମମତା ଏହି କଥା କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ଆଉ ଧାରଣା ଚାଲିବ କି ପ୍ରଶ୍ନର ଉତ୍ତର ରଖିବା ବେଳେ ସେ ଏହା କହିଛନ୍ତି। ଏହାସହ ଆନ୍ଦୋଳନ ଜାରି ରହିବ କି ନାହିଁ ଅନ୍ୟ ନେତାମାନଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ସେ କହିଛନ୍ତି, “ମୁଁ ଏକା ନୁହେଁ, ମୋ ସହ ବହୁ ବଡ଼ ନେତା ଅଛନ୍ତି। ବିଭିନ୍ନ ଦଳର ନେତାମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବି। ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କୋଲକାତା ଆସୁଛନ୍ତି, ତାଙ୍କ ସହ ଆଲୋଚନା କରିବି। ଏହାସହ ମୁଁ ନବୀନ ପଟ୍ଟନାୟକଙ୍କ ସହ ବି ଆଲୋଚନା କରିବି। ସେ ବି ମୋତେ ଏ ପ୍ରସଙ୍ଗରେ ସମର୍ଥନ ଦେବେ।”

କୋଲକତା ପୁଲିସ୍‌ କମିଶନର ରାଜୀବ କୁମାର ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତରେ ସହଯୋଗ କରୁନଥିବା ନେଇ କୋଲକାତାରେ ହାଇଡ୍ରାମା ଚାଲିଛି। ରାଜୀବଙ୍କୁ ପଚରାଉଚରା ପାଇଁ ଯାଇଥିବା ସିବିଆଇ ଟିମ୍‌କୁ କୋଲକତା ପୁଲିସ୍‌ ବାଧା ଦେଇଥିଲା। ଏହାପରେ ଦେଶର ରାଜନୀତି ବେଶ ସରଗରମ ରହିଛି। ଏହି ମାମଲାକୁ ନେଇ ସିବିଆଇ ସୁପ୍ରିମକୋର୍ଟକୁ ଯାଇଛି। ଏପଟେ ଘଟଣାକୁ ନେଇ ମମତା ରବିବାର ରାତିରୁ ଧାରଣାରେ ବସିଛନ୍ତି। ଆଜି ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ହୋଇଥିଲା।

ଏହାର ଶୁଣାଣି କରି ସୁପ୍ରିମକୋର୍ଟ ରାଜୀବଙ୍କ ଗିରଫଦାରୀ ଉପରେ ଅଙ୍କୁଶ ଲଗାଇଛନ୍ତି। ଏହାସହ ମେଘାଳୟର ଶିଲଂଠାରେ ସିବିଆଇ ଅଧିକାରୀଙ୍କୁ ପଚରାଉଚରାରେ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।



from Odisha Reporter http://bit.ly/2Twq6eH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages