ବିସିସିଆଇ ସୁରକ୍ଷା ଗ୍ୟାରେଣ୍ଟି ମାଗିଲା, ଆଇସିିସି ଦେଲା ଆଶ୍ୱାସନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ବିସିସିଆଇ ସୁରକ୍ଷା ଗ୍ୟାରେଣ୍ଟି ମାଗିଲା, ଆଇସିିସି ଦେଲା ଆଶ୍ୱାସନା

ନୂଆଦିଲ୍ଲୀ: ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତୀୟ କ୍ରିକେଟ୍ ଟିମର ସୁରକ୍ଷା ନେଇ ସମସ୍ୟା ଦେଖାଦେଇଛି । ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବୁଧବାର ବିସିସିଆଇକୁ ଆଶ୍ୱାସନା ଦେଇଛି ଯେ, ବିଶ୍ୱକପ୍ ବେଳେ ଭାରତର ସୁରକ୍ଷାକୁ ନେଇ ରହିଥିବା ସବୁ ଚିନ୍ତା ଦୂର କରିବ ।

ଆଇସିସିର ମୁଖ୍ୟ କାର୍ଯ୍ୟକାରୀ କମିଟି (ସିଇସି)ର ବୈଠକ ଆରମ୍ଭରୁ ହିଁ ବିସିସିଆଇର ସିଇଓ ରାହୁଲ ଜୋହରି ମେ’ ୩୦ ତାରିଖରୁ ଆରମ୍ଭ ହେବାକଥିବା ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ନିଜ ଖେଳାଳିଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଥିଲେ । ଏହି ମାମଲାର ସୂଚନା ରଖିଥିବା ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆଇସିସି ନିକଟରେ ସିଇଓ ରାହୁଲ ଜୋହରି ଭାରତର ସୁରକ୍ଷା କଥା ଉଠାଇଥିଲେ । ଆଇସିସି ମଧ୍ୟ ବିସିସିଆଇକୁ ସୁରକ୍ଷା ଦେବା ପାଇଁ ପୂରା ଗ୍ୟାରେଣ୍ଟି ଦେଇଛି ।

ଅପରପକ୍ଷରେ ଆଇସିସି ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ସୁରକ୍ଷାର ଯାହା ଯୋଜନା କରିବେ, ସେଥିରେ ଆମର ପୂରା ଭରସା ରହିଥିବା ଜୋହରି କହିଛନ୍ତି । ବିସିସିଆଇର ଅଧିକାରୀ ଜଣକ ଆହୁରି କହିଛନ୍ତି, ଆଇସିସିର ସିଇଓ ଡେଭିଡ୍ ରିଚାର୍ଡସନ୍ ବିସିସିଆଇକୁ ଆଶ୍ୱାସନା ଦେଇଛନ୍ତି ଯେ, ସେମାନଙ୍କ ଚିନ୍ତା ଦୂର କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବୁ । ସୁରକ୍ଷା ଉପରେ ଚର୍ଚ୍ଚା ଏଜେଣ୍ଡାରେ ସାମିଲ ନଥିଲା, କିନ୍ତୁ ବିସିସିଆଇର ଅନୁରୋଧ କ୍ରମେ ଆମେ ଏହାକୁ ଔପଚାରିକ ଭାବେ ବୈଠକରେ ଚର୍ଚ୍ଚା କଲୁ ବୋଲି ରିଚାର୍ଡସନ୍ କହିଛନ୍ତି ।



from Odisha Reporter https://ift.tt/2Tik7Nx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages