କୋଟିଏ ଟଙ୍କାର ଗୋଲାପ…ରୋଜ୍‌ ଡେ’ରେ ପଢ଼ନ୍ତୁ କିଛି ରୋଚକ କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

କୋଟିଏ ଟଙ୍କାର ଗୋଲାପ…ରୋଜ୍‌ ଡେ’ରେ ପଢ଼ନ୍ତୁ କିଛି ରୋଚକ କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଯାଇଛି ପ୍ରେମ ସପ୍ତାହ। ପ୍ରେମ ଦିବସ(ଭାଲେନ୍‌ଟାଇନ୍‌ ଡେ’) ଅର୍ଥାତ୍‌ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ଚାଲିବ। ଆଉ ଅଜି ହେଉଛି ରୋଜ୍‌ ଡେ। ପ୍ରେମ ସପ୍ତାହର ପ୍ରଥମ ଦିନ ହେଉଛି ‘ରୋଜ୍‌ ଡେ’। କୁହାଯାଏ ଗୋଲାପ ହେଉଛି ପ୍ରେମର ପ୍ରତୀକ। ଏଥିସହ ସମ୍ପର୍କ ଦୃଢ କରିବା ପାଇଁ ଫୁଲର ମହତ୍ୱ ଅଧିକ। ତେଣୁ ପ୍ରେମ ସପ୍ତାହର ଆରମ୍ଭ ଏହି ରୋଜ୍‌ ଡେ ବା ଗୋଲାପ ଦିଆ ନିଆରୁ ଆରମ୍ଭ ହୁଏ।

ଏହି ଦିନ ପ୍ରମୀଯୁଗଳ ମାନେ ପରସ୍ପରକୁ ଗୋଲାପ ଦେଇ ପ୍ରେମ ନିବେଦନ କରନ୍ତି। ପ୍ରେମ କେବଳ ଯୁବକ ଯୁବତୀଙ୍କ ମଧ୍ୟରେ ସୀମିତ ରୁହେନି। ସବୁ ବର୍ଗର ଲୋକ ଏହି ସୁନ୍ଦର ଅନୁଭୂତି ନିଅନ୍ତି, ତଥାପି ଖାସ୍‌ କରି ଯୁବପିଢ଼ି ଏହି ଡେ’କୁ ଟିକେ ଅଧିକ ସେଲିବ୍ରେସନ୍‌ କରିବା ଦେଖାଯାଏ। 

କିଛି ଲୋକ ଅଛନ୍ତି ଆଜି ବନ୍ଧୁ ଏବଂ ପରିବାର ଲୋକଙ୍କୁ ମଧ୍ୟ ଗୋଲାପ ଦେଇ ଭଲ ପାଇବା ଜାହିର୍ କରନ୍ତି। ତେବେ ସମ୍ପର୍କରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରଖୁଥିବା ଏହି ଗୋଲାପ ବିଷୟରେ ଆସନ୍ତୁ ଆଉ ଟିକେ ଅଧିକ ଜାଣିବା।

୧- ୧୦୦ କିସମର ଗୋଲାପ ରହିଛି। ଏଥି ମଧ୍ୟରୁ ଅଧିକାଂଶ ଏସିଆରେ ଦେଖିବାକୁ ମିଳେ।
୨-ସବୁଠାରୁ ମହଙ୍ଗା ଗୋଲାପ ହେଉଛି ଜୁଲିଏଟ୍‍ ରୋଜ୍‍। ଏହାର ଦାମ୍‍ କୋଟିଏରୁ ଊର୍ଦ୍ଧ୍ୱ।
୩- ୫୦୦ବର୍ଷ ପୂର୍ବେ ପ୍ରଥମେ ଗୋଲାପ ଚାଷ ଆରମ୍ଭ କରାଯାଇଥିଲା।
୪- ଜଙ୍ଗଲୀ ଗୋଲାପ ଅନେକ ଦିନ ପର୍ଯ୍ୟନ୍ତ ରହିପାରେ। କିନ୍ତୁ ଅଧିକ ଥଣ୍ଡା ପାଗରେ ଗୋଲାପ ଗଛରେ ଫୁଲ ଅଧିକ ଦିନ ରୁହେନାହିଁ।
୫- ଗୋଲାପର କେତେକ କିସମ ଏଭର୍‍ଗ୍ରୀନ୍‍ ହୋଇ ରହିଥାଏ।
୬- ଗୋଲାପର ରଙ୍ଗ ତା’ର ପ୍ରଜାତି ଉପରେ ନିର୍ଭର କରେ। ସବୁ ରଙ୍ଗର ଗୋଲାପ ଅଛି। କେବଳ କଳା ରଙ୍ଗର ଗୋଲାପ ନାହିଁ।
୭- ଲାଲ୍‍ ଗୋଲାପ ପ୍ରେମର, ହଳଦିଆ ରଙ୍ଗ ବନ୍ଧୁତ୍ୱର, ନାରଙ୍ଗୀ ରଙ୍ଗ ଉତ୍ସାହ ଓ ଧଳା ରଙ୍ଗର ଗୋଲାପ ପବିତ୍ରତାର ପ୍ରତୀକ ଭାବେ ପରିଗଣିତ ହୋଇଥାଏ।
୮- ପରଫ୍ୟୁମ୍‍ ପାଇଁ ଗୋଲାପର ତେଲ ବ୍ୟବହୃତ ହୁଏ। ୧ ଗ୍ରାମ ଗୋଲାପ ତେଲ ପାଇଁ ୨ହଜାର ଗୋଲାପ ଆବଶ୍ୟକ।
୯- ଗୋଲାପ ଜଳ ଓ ଗୋଲାପ ସିରାପ୍‍କୁ ବିଭିନ୍ନ ମିଠା ଜିନିଷ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ।
୧୦- ‘ଗୋଲାପ’ ଫୁଲ ଆଧାରରେ ୪ ହଜାରରୁ ଉର୍ଦ୍ଧ୍ୱ ଗୀତ ରଚନା କରାଯାଇଛି।

 

 



from Odisha Reporter http://bit.ly/2tin1n7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages